ଶଗୁନ୍‌ ଲଫାପାରେ ଏକ୍ସଟ୍ରା ୧ ଟଙ୍କା କଏନ୍‌ ଦେବା ପଛରେ ରହିଛି ଏହି ପରମ୍ପରା, ଜାଣନ୍ତୁ

ପର୍ବପର୍ବାଣିର ଦେଶ ହେଉଛି ଭାରତ । ହୋଲି ହେଉ ଅବା ଦୀପାବଳି କିମ୍ବା ରାକ୍ଷୀ, ସବୁ ପର୍ବ ଆମ ପାଇଁ ଖାସ୍‌ ହୋଇଥାଏ। ତେବେ ଆପଣ ମାନେ ଜାଣିଛନ୍ତି ଆସନ୍ତା କାଲି ହେଉଛି ଆମ ଆଲୋକର ପର୍ବ ଦୀପାବଳି। ଯାହା ସମସ୍ତଙ୍କର ମନ ପସନ୍ଦ ଫେଷ୍ଟିଭାଲ ମଧ୍ୟରୁ ଅନ୍ୟତମ। ଏହିସବୁ ଦିନରେ  ନିଜ ସର୍ମ୍ପକୀୟ ତଥା ପରିବାର ଲୋକଙ୍କୁ ମିଠା ଆଦି ଅନେକ କିଛି ଗିଫ୍ଟ ଆକାରରେ ଦିଆଯାଏ। ଏହାସହ ଦିଆଯାଏ ଟଙ୍କାଥିବା ଏକ ସୁନ୍ଦର ଲଫାପା। ଯାହାକୁ ଆମେ ଆଶିର୍ବାଦ ସ୍ୱରୁପ ନିଜଠୁ ସାନମାନଙ୍କୁ ଭଲ ପାଇବା ଆକାରରେ ଦେଇଥାଉ। ଏହାସହ ଆମକୁ ମଧ୍ୟ ନିଜ ବଡ଼ ମାନଙ୍କଠୁ ଏହି ଲଫାପାକୁ ଆଶିର୍ବାଦ ଭାବେ ମିଳିଥାାଏ।

ଅନେକ ସ୍ଥାନରେ ଏହାକୁ ଏକ ସୁନ୍ଦର ପରମ୍ପରା ସଦୃଶ୍ୟ ପାଳନ କରାଯାଏ। କିନ୍ତୁ କଣ ଆପଣ କେବେ ଲକ୍ଷ କରିଛନ୍ତି ଯେ, ଏହି ଲଫାପାରେ ସମସ୍ତେ ଅଧିକ ୧ ଟଙ୍କା କଏନ କଣ ପାଇଁ ଦେଇଥାନ୍ତି। ହୁଏତ ଆପଣଙ୍କୁ ଏହା କୁହାଯାଇଥିବ ଯେ, ଏମିତି କଲେ ଏହାକୁ ଶୁଭ ମନାଯାଏ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଏହା ପଛରେ ପ୍ରକୃତ କାରଣ।

ଯଦି ଆମେ କେବେ କାହାକୁ ଟଙ୍କା ଭର୍ତ୍ତି ଲଫାପା ଦେଉ ତେବେ ଏଥିରେ ୧ଟଙ୍କା କଏନ୍‌ କୁ ଏକ୍ସଟ୍ରା ଆଡ କରିଥାଉ। କାରଣ ଏହା ଶୁଭ ହୋଇଥାଏ।  କେବଳ ଆମ ରାଜ୍ୟ ଓଡ଼ିଶା ନୁହେଁ ବରଂ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ପରମ୍ପରା ରହିଛି। ୧୦୦ ହେଉ ଅବା ୫୦୦ କିମ୍ବା ୨୦୦୦ ସବୁଥିରେ ଏକ୍ସଟ୍ରା କଏନ୍‌ ଆଡ କରି ଆମେ ଦେଇଥାଉ। ପ୍ରକୃତରେ ଏହା ପଛରେ ଏକ କାରଣ ରହିଛି। ଏମିିତି ମନାଯାଏ ଯେ, ଲଫାପାରେ ଟଙ୍କା ଦେବା ସମୟରେ ଏହି ୧ଟଙ୍କା ହେଉଛି ଉଧାର ଧନ ରାଶି । ମାନେ ଆପଣ ଯେତେବେଳେ କାହାକୁ ୫୦୧ ଟଙ୍କା ଧନରାଶି ଏକ୍ସଟ୍ରା ଗିଫ୍ଟ ଆକାରରେ ଦେଉଛନ୍ତି ତେବେ ପ୍ରକୃତରେ ଆପଣ ୫୦୦ ଟଙ୍କା ଗିଫ୍ଟ ଦେବା ସହିତ ୧ ଟଙ୍କା ସେହି ବ୍ୟକ୍ତି ଉପରେ ଉଧାର ରହିଯାଏ। ପୁନର୍ବାର ଗିଫ୍ଟ ପାଇଥିବା ବ୍ୟକ୍ତି ଜଣକ ଆପଣଙ୍କୁ ଗିଫ୍ଟ ଦେବା ସମୟରେ ୧ଟଙ୍କା ଏକ୍ଟଟ୍ରା ଆଡ୍‌ କରି ଦେଇଥାଏ , ଯାହାଦ୍ୱାରା ଉକ୍ତ ବ୍ୟକ୍ତିର ଉଧାର ସରିଯାଏ। ଆଉ ଏହାକୁ ହିଁ ଆମେ ପରମ୍ପରାର ନାଁ ଦେଇଛେ। ଯାହା ପିଢ଼ି ପରେ ପିଢ଼ି ଏମିତି ଚାଲିଥାଏ ।

ତେବେ ଏହା କେବଳ ପୂଜା ପର୍ବରେ ମନାଯାଏ ନାହିଁ ବରଂ କାହାର ବାହାଘର ହେଉ ଅବା ବ୍ରତଘର ସବୁଠି ଏହି ପରମ୍ପରା ଏବେବି ରହିଛି। ଏହାବହୁ ପୁରାତନ କାଳୁ ଚାଲିଆସୁଛି। ଯାହାକୁ ଆମେ ଶୁଭ ବୋଲି ମାନିଥାଉ। ଏମିତିକି ଏଠାରେ ପ୍ରତ୍ୟେକ ଶୁଭକାମର ଶୁଭାରମ୍ଭ ଶୂନରୁ ନୁହେଁ ବରଂ ୧ଟଙ୍କା କଏନ୍‌ରୁ ଆରମ୍ଭ ହୋଇଥାଏ। ଏହିଭଳି ରୂପେ ସମ୍ପର୍କର ଡୋରି ଲମ୍ବା ହେବା ସହିତ ସମ୍ପର୍କରେ ଅଧିକ ନିବିଡ଼ତା ଆସିଥାଏ । ଆମେ ଏମିତି ବି କହିପାରିବା ଯେ, ଏହି ୧ ଟଙ୍କା କଏନ୍‌ ବଡମାନଙ୍କ ଆଶିର୍ବାଦ, ଭଲପାଇବା ଏବଂ ପଜିଟିଭ ଏନର୍ଜି ରୂୂପରେ ଘରେ ସାଇତି ରଖାଯାଏ।

You might also like