କେନ୍ଦ୍ରାପଡ଼ା : କେନାଲକୁ ଖସିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୧୪ଜଣ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କେନାଲକୁ ଖସିଲା ସ୍କୁଲ ଭ୍ୟାନ୍ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଲକ୍ଷ୍ମୀନାରାୟଣପୁର ଗାଁ ନିକଟରେ ଏକ ଘରୋଇ ସ୍କୁଲ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ଗାଡିଟି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା।

student ତେବେ ଅଳ୍ପକେ ବର୍ତ୍ତିଛନ୍ତି ୧୪ଜଣ ସ୍କୁଲ ପିଲା। ଗାଁଲୋକେ ସୁରକ୍ଷିତ ଭାବେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଦଉଡି ସାହାଯ୍ୟରେ ଭ୍ୟାନଟିକୁ କେନାଲରୁ ଟାଣି ବାହାର କରିଛନ୍ତି । ଏହାକୁ ନେଇ ପୁଣି ଥରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.