ଏଣିକି ୧୦୦ ପ୍ରତିଶତ ସିଲାବସରେ ହେବ ପାଠପଢା, ନବମ ଓ ଦଶମର ବି ଅନୁଷ୍ଠିତ ହେବ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର(କେ ନ୍ୟୁଜ); ଏଣିକି ୧୦୦ ପ୍ରତିଶତ ସିଲାବସରେ ହେବ ପାଠପଢା | ଚଳିତ ବର୍ଷ ମେ’ ପହିଲାରୁ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ଲକ୍ଷ ରଖାଯାଇଥିବା ବେଳେ ନବମ ଓ ଦଶମ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ବି ଅନୁଷ୍ଠିତ ହେବ । ଆଉ ଏନେଇ ପିଲାଙ୍କୁ ପ୍ରସ୍ତୁତ ବି କରାଯିବ । ସେପଟେ ପିଲାଙ୍କ ଖରାଛୁଟି ନେଇ ବି ଗଣଶିକ୍ଷା ବିଭାଗ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କମିବ ଖରାଛୁଟି ସମୟ ସୀମା । ପାଠପଢ଼ା ପାଇଁ ଖରାଛୁଟିରେ ହେବ କାଣ୍ଟଛାଣ୍ଟ୍‌ । ଜୁନ୍‌ ୬ରୁ ଜୁନ୍‌ ୧୬ ଯାଏ ହେବ ଖରାଛୁଟି । ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି । ମେ ପହିଲାରୁ ଜୁନ୍‌ ୫ ଯାଏ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସକାଳ ୬ଟା ରୁ ୯ଟା ଯାଏଁ ପାଠ ପଢ଼ାଯିବ । ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ । ଏପ୍ରିଲ ୨୦ ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ଯାଏଁ ନୂଆ ନାମଲେଖା ଓ ପୁନଃ-ନାମଲେଖା ପ୍ରକିୟା ଚାଲିବ । ପୂର୍ବପରି ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଜାରି ରହିବ ।

ମେ ପହିଲାରୁ ଯେଉଁ ପାଠ ପଢ଼ାଯିବ ତାହା ପିଲାଙ୍କ ରନିଂ ରିକଭରି କୋର୍ସ ବା ବ୍ରିଜ କୋର୍ସ ବୋଲି କୁହାଯିବ । ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଥାର୍ଡ ପାର୍ଟିର କିଛି ଶିକ୍ଷକ ପାଠ ପଢ଼ାଇବେ । ଯେହେତୁ ଶିକ୍ଷକଙ୍କ ରେଗୁଲାର କ୍ଲାସ ରହିବ ତେଣୁ ରିକଭରି କ୍ଲାସ କରିବା ସବୁ ସମ୍ଭବ ନୁହେଁ । ସିବିଏସଇ ବର୍ଷକୁ ଦୁଇଟି ପରୀକ୍ଷା କରିବାର ନିଷ୍ପତ୍ତି ନେଇଛି । କିନ୍ତୁ ଓଡ଼ିଆ ମାଧ୍ୟମରେ ନୂତନ ଶିକ୍ଷା ବର୍ଷ ପରୀକ୍ଷା କେମିତି ହେବ ସେନେଇ ନିଷ୍ପତ୍ତି ନିଆଯାଇ ନାହିଁ । ପୂର୍ବରୁ କୋଭିଡ୍‌ ପାଇଁ ୭୦ ପ୍ରତିଶତ ସିଲାବସ ପଢା ଯାଉଥିଲା ଏବଂ ୩୦ ପ୍ରତିଶତ କୋର୍ସକୁ ବାଦ୍‌ ଦିଆଯାଇଥିଲା । କିନ୍ତୁ ନୂତନ ଶିକ୍ଷା ବର୍ଷରୁ ଶତ ପ୍ରତିଶତ କୋର୍ସକୁ ନେଇ ପାଠପଢା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.