Below header

ସାବଧାନ ! ମାତିଛି ସ୍କ୍ରବ ଟାଇଫସ ରୋଗ, ବରଗଡ଼ରେ ସର୍ବାଧିକ ମାମଲା

ସାବଧାନ ମାତିଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ଭୀମସାରରେ ୨୨ ଜଣଙ୍କ ଠାରେ ସ୍କ୍ରବ ଟାଇଫସ ଚିହ୍ନଟ ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ।

ବରଗଡ଼ (କେନ୍ୟୁଜ): ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା । ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି । ସେଥିପାଇଁ ଗତକାଲି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ଭୀମସାରରେ ୨୨ ଜଣଙ୍କ ଠାରେ ସ୍କ୍ରବ ଟାଇଫସ ଚିହ୍ନଟ ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ଚିଗର ନାମକ ଏକ କୀଟ କାମୁଡ଼ିଲେ ଏହି ସ୍କ୍ରବ୍ ଟାଇଫସ୍ ହୋଇଥାଏ । ବରଗଡ଼ ଜିଲ୍ଲାରେ ୨ ସପ୍ତାହରେ ସ୍କ୍ରବ ଟାଇଫସରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ବରଗଡ ସିଡିଏମଓ ଏହି ସୂଚନା ଦେଇଛନ୍ତି । ସୋହେଲା ବ୍ଲକର ପେଟୁପାଲି ଓ ବେହେରାପାଲି ଗାଁ ର ଜଣେ ଲେଖାଏଁ, ଭେଡେନ ବ୍ଳକ ର ସାଲେପାଲି , ବରପାଲି ବ୍ଳକର ଖଇରପାଲି ଏବଂ ଅତାବିରା ବ୍ଲକ ର ଲସ୍ତଳା ଗାଁ ର ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ସିଡିଏମଓ କହିଛନ୍ତି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା କଥା ଯେ ସାବଧାନ ରୁହନ୍ତୁ। ଏବେ ସ୍କ୍ରବ ଟାଇଫସ ମାତିଛି। ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ। ମୃତ୍ୟୁ ସମ୍ଭାବନା ବି ଅଛି। ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ। ଯାହାକୁ ଏଚାର ବୋଲି କୁହାଯାଏ। ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର DPHL ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି। ଚିହ୍ନଟ ହେଲେ ଚିକିତ୍ସା ସହଜ। ସାଧାରଣ ଆଣ୍ଟିବାୟୋଟିକ କାମ ଦେବ। ଯାହାର ଜ୍ୱର କମୁନି, ସେ ପରୀକ୍ଷା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.