ରୋହିତ ଶର୍ମାଙ୍କ ସୁପର କ୍ୟାଚ୍‌, ଖୁସିରେ କୁଣ୍ଢାଇ ପକାଇଲେ କୋହଲି: ଭିଡିଓ ଭାଇରଲ

ଏସିଆ କପ୍‌ ସୁପର-୪ ମ୍ୟାଚରେ ଭାରତର ବୋଲିଂ ଦେଖି କ୍ରିକେଟ ଫ୍ୟାନ୍ସ ଖୁସି ରହିଛନ୍ତି । ବିଶ୍ୱକପ ୨୦୨୩ ପାଇଁ ଟିମ୍‌ ଭାରତ କିଭଳି ପ୍ରସ୍ତୁତି କରୁଛି ଏଥିରୁ ଜଣାପଡୁଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କ କ୍ୟାଚ୍‌ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।

ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ମ୍ୟାଚକୁ ସବୁବେଳ ପାଇଁ ସ୍ମରଣୀୟ କରି ରଖିବେ ରୋହିତ ଶର୍ମା । ଭାରତ ତରଫରୁ ରୋହିତ ଶର୍ମା ୪୮ ବଲରେ ୫୩ ରନ୍‌ କରିଛନ୍ତି । ରୋହିତ ୭ଟି ୪ ଏବଂ ଦୁଇଟି ଛକା ମାରିଛନ୍ତି । ଏହି ଇନିଂସ ଖେଳି ରୋହିତ ଶର୍ମା ଦିନିକିଆ ଇଣ୍ଟରନ୍ୟାସନାଲରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି । ଆଉ ଏଥିପାଇଁ ରୋହିତଙ୍କର ପ୍ରଶଂସା ହେଉଛି । କେବଳ ବ୍ୟାଟିଂ ନୁହେଁ ଫିଲ୍ଡିଂ କରିବା ସମୟରେ ରୋହିତଙ୍କ ପ୍ରଦର୍ଶନ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି ।

ମ୍ୟାଚରେ ରୋହିତ ଶର୍ମା ଏଭଳି ଏକ କ୍ୟାଚ ଧରିଥିଲେ, ଯାହା ପରେ ବିରାଟ କୋହଲି ଦୌଡି ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ । ଯାହାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି । ୨୧.୧ ଓଭରରେ ଶ୍ରୀଲଙ୍କା ଟିମର ଅଧିନାୟକ ଦସୁନା ଶନାକା ରବିନ୍ଦ୍ର ଜାଡେଜାଙ୍କ ବଲକୁ ଖେଳି ସ୍ଲିପରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ରୋହିତ ଏହି କ୍ୟାଚ୍‌କୁ ଧରିଥିଲେ । ଆଉ ଏଭଳି କ୍ୟାଚ୍‌ ରୋହିତ ଧରିବା ଦେଖି ବିରାଟ ତାଙ୍କୁ କୁଣ୍ଢାଇ ପକାଇଥିଲେ । ଫ୍ୟାନ୍ସ ମଧ୍ୟ ଏହି ଭିଡିଓ ଦେଖିବା ପରେ ବହୁତ ଖୁସି ହୋଇଯାଇଛନ୍ତି । ଏହାର ଫଟୋ ଏବଂ ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏସିଆ କପ୍‌ ସୁପର-୪ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ୨୧୨ ରନରେ ଅଲଆଉଟ ହୋଇଯାଇଥିଲା। ଆଉ ଏହି ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୧୭୨ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ୍ଵିକେଟ ନେଇଥିଲେ । ବୁମରା ଓ ଜାଡେଜା ୨ଟି ଲେଖାଏ ସଫଳତା ପାଇଛନ୍ତି। ପାଣ୍ଡ୍ୟା ଓ ସିରାଜ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। ଏହି ମ୍ୟାଚରେ ଶ୍ରୀଲଙ୍କାର ଦୁନିଥ ୱେଲାଲାଗେ ମ୍ୟାନ ଅଫ ଦି ମ୍ୟାଚ୍‌ ହେହାଇଥିଲେ । ସେ ଶ୍ରୀଲଙ୍କା ତରଫରୁ ୫ଟି ଓ୍ଵିକେଟ ନେଇଥିବା ବେଳେ ଅପରାଜିତ ୪୨ ରନ୍‌ କରିଥିଲେ ।

ଭାରତ ୪୧ ରନରେ ମ୍ୟାଚ୍‌ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଅବଶ୍ୟ ୧୫ ତାରିଖରେ ଦଳ ବାଂଲାଦେଶକୁ ସୁପର ୪ର ଶେଷ ମ୍ୟାଚରେ ଭେଟିବ। କିନ୍ତୁ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ଭାରତ ୧୭ ତାରିଖ ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.