ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଠକେଇ ଖୋଳତାଡ ନେଇ ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ରିମାଣ୍ଡରେ ଗଲେ ପ୍ରଦୀପ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ୫ ଜଣିଆ ଟିମ୍ ପହଞ୍ଚି କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟକୁ ନେଇଛି। ଠକେଇ ଖୋଳତାଡ ନେଇ ତାଙ୍କୁ ଅଧିକ ପଚରାଉଚରା କରାଯିବ । ଆକାଶ ପାଠକଙ୍କ ସହ ମୁହାଁମୁହିଁ ଜେରା କରାଯାଇପାରେ ।
ଟାଟାରେ ନିଯୁକ୍ତି ନାଁରେ ଆକାଶ ପାଠକଙ୍କ ଜାଲିଆତିରେ ତାଙ୍କର କ’ଣ ଭୂମିକା ରହିଛି ? କେତେ ଲୋକଙ୍କଠାରୁ ଟଙ୍କା ନେଇଛନ୍ତି ? ସେନେଇ ପଚରାଉଚରା କରାଯିବ । ଗୋପାଳପୁର ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ଗତକାଲି ଆବେଦନ କରାଯାଇଥିଲା । ଭୁବନେଶ୍ୱର SDJM କୋର୍ଟ ଅନୁମତି ଦେବା ପରେ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଆକାଶଙ୍କ ସହ ମିଶି ଟାଟା ମୋଟର୍ସରେ ଠକେଇ କରିଥିବା ଅଭିଯୋଗ ହୋଇଛି ।