ବନ୍ଦ ହେଲା ବାରୁଣୀ ସ୍ନାନ: ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଧାରା ଲଗାଇଛି ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ(କେନ୍ୟୁଜ): ବନ୍ଦ ହେଲା ବାରୁଣୀ ସ୍ନାନ । ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଧାରା ଲଗାଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲା ବୈତରଣୀ ନଦୀର ଦଶାଶ୍ଵମେଧ ଘାଟରେ ପ୍ରତିବର୍ଷ ବାରୁଣୀ ବୁଡ଼ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କରୋନା କଟକଣା ପାଇଁ ୨ବର୍ଷ ହେବ ବାରୁଣୀ ବୁଡ଼ ବନ୍ଦ ରହିଥିଲା । ଚଳିତ ବର୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଶା ରଖିଥିଲେ ।

ହେଲେ ଦଶାଶ୍ଵମେଧ ଘାଟ ନିକଟରେ ଏକ ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବାରୁଣୀ ବୁଡ଼ ବନ୍ଦ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନ ପକ୍ଷରୁ ବୈତରଣୀ ନଦୀର ଆଖପାଖ ଅଞ୍ଚଳରେ ବନ୍ଦ ନେଇ ମାଇକ ଯୋଗେ ପ୍ରଚାର କରାଯାଇଛି । ସେପଟେ ମେଳାରେ କିଛି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖି ଆସିଥିଲେ ହେଁ ନିରାଶ ହୋଇ ଫେରିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.