କି ରାଗ କେଜାଣି, ପେଟ୍ରୋଲ ପକାଇ ଦୁଇ ଦୁଇଟି ଗାଡ଼ି ଜାଳି ଦେଲେ ଦୁର୍ବୃତ୍ତ

ବାସୁଦେବପୁର(କେନ୍ୟୁଜ): ଗାଡି ଜାଳି ଦେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିନାୟକପୁର ପଂଚାୟତର ନଳପତି ଦାସ ସାହି ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୁଇଟି ଗାଡିକୁ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ସେହି ଗ୍ରାମର ସୁଶାନ୍ତ କୁମାର ଦାଶଙ୍କ ଗୋଟିଏ ଟାଟା ମ୍ଯାଜିକ୍ ଓ  ବୋଲେରୋ ଗାଡି ସବୁଦିନପରି ଗତକାଲି ମଧ୍ୟ ନିଜ ଘର ଦାଣ୍ଡରେ ରଖିଥିଲେ ।

ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଆସି ପ୍ରଥମେ ଟାଟା ଏସି ଗାଡିରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ପରେ ବୋଲେରୋ ଗାଡିରେ ନିଆଁ ଲଗାଇ ସ୍ଥାନଛାଡି ପଳାଇଯାଇଥିଲେ । ଚକା ଫାଟିବା ଶଦ୍ଧ ଶୁଣି ସ୍ଥାନୀୟ ଲୋକେ ଉଠି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହିତ ଦମକଳକୁ ଖବର କରିଥିଲେ । ଦମକଳ ପହଁଚିବା ପୁର୍ବରୁ ମ୍ଯାଜିକ୍ ଗାଡିଟି ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ବଲେରୋ ଗାଡିଟି ଆଂଶିକ ପୋଡିଥିବା ଦେଖିବାକୁ ମିଳିଛି ।

ସୁଶାନ୍ତଙ୍କ ପରିବାର ଗରିବ ପରିବାର ହୋଇଥିବାବେଳେ ସେ ଏହି ଗାଡି ବ୍ୟବସାୟୀରୁ ନିଜର ପରିବାର ପ୍ରତିପୋଷଣ କରିଥାଏ । ତେଣୁ ଏପରି କାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କୁ  ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏସମ୍ପର୍କରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.