ଘୋଷଣା ହେଲା ବିଜେପିର ଦ୍ୱିତୀୟ ପର୍ଯ୍ୟୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା , ପୁରୀରୁ ଲଢ଼ିବେ ସମ୍ବିତ ପାତ୍ର

ଭୁବନେଶ୍ବର (କେନ୍ୟୁଜ୍) :ରାଜ୍ୟର ପାଞ୍ଚଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ହେଉଥିବା ଚର୍ଚ୍ଚାରେ ମଧ୍ୟ ପୁର୍ଣ୍ଣଛେଦ ପଡ଼ିଛି। ପୁରୀ ଲୋକସଭା ଆସନରୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ ଲଢିବେ। ସେହିପରି ବରଗଡ଼ ଆସନରୁ ସୁରେଶ ପୂଜାରୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେବ, କଳାହାଣ୍ଡିରୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କୋରପୁଟ ଆସନରୁ ଜୟରାମ ପାଙ୍ଗୀ ନିର୍ବାଚନ ଲଢିବେ। ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ପରେ ବିଳମ୍ବିତ ରାତିରେ ତାଲିକା ପ୍ରକାଶ ପାଇଛି। ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଘୋଷିତ ପ୍ରାର୍ଥୀ ମାନେ ଖୁବ ଶୀଘ୍ର ମନୋନୟନ ପତ୍ର ଦାଖଲ କରି ନିର୍ବାଚନୀ ପ୍ରଚାରରେ ଆରମ୍ଭ କରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା।

BJP candidate list

ବିଧାନସଭା ପ୍ରାର୍ଥୀ

୨୨ଟି ବିଧାନସଭା ଆସନ ପାଇଁ ବିଜେପିର ଦ୍ୱିତୀୟ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ। ତାଲିକାରେ ଭଟଲି ବିଧାନସଭା ଆସନରୁ ଆଇରିସ ଆଚାର‌୍ୟ୍ୟ, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ବୀରମହାରାଜପୁର ଆସନରୁ ରଘୁନାଥ ଜଗଦଳା, ସୋନପୁରରୁ ଅଶୋକ ପୂଜାରୀ, ବଲାଙ୍ଗୀରରୁ ଅନନ୍ତ ଦାସଙ୍କ ନାଁ ଘୋଷଣା କରାଯାଇଛି। ନୂଆପଡ଼ା ବିଧାନସଭା ଆସନରେ ହୋମସିଙ୍ଗ ମାଝୀ, ଝରିଗାଁରେ ପର୍ଶୁରାମ ମାଝୀ, ଡାବୁଗାଁ ଆସନ ପାଇଁ ପଦ୍ମନ ନାୟକ, ଭବାନୀପାଟଣା ଆସନ ପାଇଁ ପ୍ରଦୀପ ନାୟକଙ୍କ ନାଁରେ ମୋହର ବାଜିଛି। ସେହିପରି ଦଶପଲ୍ଲା ଆସନ ପାଇଁ ପୂର୍ଣ୍ଣଚନ୍ଦ୍ର ନାୟକ, କବିସୂର‌୍ୟ୍ୟନଗର ପାଇଁ ରଞ୍ଜନ ପଲାଇ, ଛତ୍ରପୁର ଆସନ ପାଇଁ ପ୍ରଶାନ୍ତ କର, ଆସ୍କା ପାଇଁ ଦେବରାଜ ମହାନ୍ତି, ସୋରଡ଼ା ପାଇଁ ନୀଳମଣି ବିଶୋଇ, ବ୍ରହ୍ମପୁର ପାଇଁ କାହ୍ମ ପତିଙ୍କ ନାଁ ଘୋଷଣା କରାଯାଇଛି। ଦିଗପହଣ୍ଡି ଆସନ ପାଇଁ ପିଙ୍କି ପ୍ରଧାନ, ମୋହନା ପାଇଁ ପ୍ରଶାନ୍ତ ମଲ୍ଲିକ, ଗୁଣପୁର ପାଇଁ ଶିଶିର ଗମାଙ୍ଗ, ରାୟଗଡ଼ା ବିଧାନସଭା ଆସନ ପାଇଁ ବସନ୍ତ ଉଲ୍ଲାକା, ଜୟପୁର ଆସନ ପାଇଁ ଗୌତମ ସାମନ୍ତରାୟ, କୋରାପୁଟ ଆସନ ପାଇଁ ତ୍ରିପୁରା ଗଣ୍ଡ ଓ ଚିତ୍ରକୋଣ୍ଡା ଆସନ ପାଇଁ ପଦୁ ମାଝୀଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଦଳର ବସିଥିବା ସେଣ୍ଟ୍ରାଲ ଇଲେକସନ କମିଟିର ବୈଠକ ପରେ ଏହି ଆସନ ପାଇଁ ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

Leave A Reply

Your email address will not be published.