ଭଦ୍ରକ ଧାମନଗର NACରେ ୧୪୪ ଧାରା ଉଠିଲା, ହିଂସାକାଣ୍ଡ ଆଶଙ୍କାରେ ଆଜି ସକାଳ ୫ଟା ପର୍ଯ୍ୟନ୍ତ ଆଇନ ବଳବତ୍ତର ଥିଲା

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧାମନଗର NACରେ ୧୪୪ ଧାରା ଉଠିଲା । ହିଂସାକାଣ୍ଡ ଆଶଙ୍କାରେ ଜାରି ହୋଇଥିଲା ୧୪୪ ଧାରା । ଆଜି ସକାଳ ୫ଟା ପର୍ଯ୍ୟନ୍ତ ଆଇନ ବଳବତ୍ତର ରହିଥିଲା । ଏହାସହ ୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ସହ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଧାମନଗର ଏନଏସିରେ ୧୬ନଂ ବୁଥରେ ଭୋଟିଂ ବେଳେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଛୁରା ମାଡ଼ କରିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଥିଲା ।

ଗୁରୁତର ଯୁବକଙ୍କୁ କଟକ ସ୍ଥାନାନତର କରାଯାଇଛି । ୧୬ନଂ ବୁଥରେ ଇଭିଏମ ମେସିନ ଭାଙ୍ଗି ଚୁରମାର କରିଦେଇଥିଲେ। ପରେ ଅନ୍ୟ ତିନିଟି ବୁଥରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ଗିରଫ କରି ଭଦ୍ରକ ନିଆଯାଇଛି। ଅଭିଯୁକ୍ତକୁ ଥାନାକୁ ଆଣିବା ଜିଦ୍‌ରେ ଥାନା ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.