ଅନ୍ତର୍ଜାତୀୟ ବନ୍ଦରର ମାନ୍ୟତା ପାଇବା ପରେ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପାରାଦୀପ(କେନ୍ୟୁଜ୍): ପାରାଦୀପ ବନ୍ଦର ଅନ୍ତର୍ଜାତୀୟ ବନ୍ଦରର ମାନ୍ୟତା ପାଇବା ପରେ ପ୍ରତି ଦିନ ବିଦେଶରୁ ମାଲବାହୀ ଜାହାଜ ଏଠାକୁ ଯାତାୟତ କରୁଛି । ସୁରକ୍ଷା ଦୃଷ୍ଟିରୁ ପାରାଦୀପ ଆଦର୍ଶ ଥାନା ସମେତ ୨ଟି ମେରାଇନ୍ ଥାନା କାମ କରୁଛି । ସମୁଦ୍ରପଥର ସୁରକ୍ଷା ପାଇଁ ବୋର୍ଟ, ଗାଡ଼ି ଓ ଷ୍ଟାଫ୍ ଯୋଗାଇ ଦିଆଯାଇଛି । ସମୁଦ୍ର ପଥକୁ ତଟରକ୍ଷାବାହିନୀ ସତର୍କ ଦୃଷ୍ଟି ଦେଇଥିବା ବେଳେ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି । ସେହିପରି ବନ୍ଦରର ବିଭିନ୍ନ ଗେଟ୍ରେ ସିଆଇଏସଏଫ୍ ଯବାନ ମାନେ ତନତନ କରି କର୍ମଚାରୀଙ୍କୁ ଯାଞ୍ଚ କରି ଭିତରକୁ ଛାଡୁଛନ୍ତି । ସେପଟେ ପାରାଦୀପ ପୋଲିସ ରାସ୍ତାରେ ଗାଡ଼ି ଗୁଡିକୁ ଯାଞ୍ଚ କରୁଛନ୍ତି ।