ବିଷ ପିଇ ସିକ୍ୟୁରିଟୀ ଗାର୍ଡଙ୍କ ଆତ୍ମହତ୍ୟା

ଦେବଗଡ(କେନ୍ଯୁଜ୍): ବିଷ ପାନ କରି ଜଣେ ସିକ୍ୟୁରିଟୀ ଗାର୍ଡ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ଦେବଗଡ ପୈାରାଂଚଳ ଅନ୍ତର୍ଗତ ବଣିଆ ସାହିର, ୱାର୍ଡ ନଂ-୩ ନିବାସି ସତ୍ୟ ମେହେରଙ୍କ ୨୨ ବର୍ଷିୟ ପୁଅ ସରୋଜ ମେହେର । ସରୋଜ ଦେବଗଡ କୋଭିଡ ହସପିଟାଲରେ ସିକ୍ୟୁରିଟୀ ଗାର୍ଡ ଭାବେ ନିୟୋଜିତ ଥିଲେ । କିଛି ଦିନ ହେବ କୋରୋନା ପାଇଁ ତାଙ୍କୁ ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଥିଲା । ତାଙ୍କର ପିତା ମାତା ଓ ସାନ ଭାଇ କଟକ ରେ ରହି ଏକ ସଂସ୍ଥାରେ କାମ କରୁଥିଲେ ।

ସାହି ବାସିନ୍ଦାଙ୍କ କହିବା ଅନୁଯାୟୀ କୈାଣସି କାରଣ ଯୋଗୁଁ ସରୋଜ ତାଙ୍କ ପିତା , ମାତାଙ୍କୁ ଦେବଗଡ ଆସିବାକୁ କାଲି ଦିନ ବେଳେ ଅନୁରୋଧ କରିଥିଲେ । ନଆସିଲେ ମୁଁ ବିଷ ଖାଇଦେବି ବୋଲି ଚେତାବନୀ ମଧ୍ୟ ଦେଇଥିବାର ଖବର ଆସିଛି । ରାତି ହୋଇଯିବାରୁ ଓ ତାଙ୍କ ପରିବାର ଲୋକ ଦେବଗଡ ଆସୁଥିବାର କୈାଣସି ଖବର ନପାଇବାରୁ ସେ ବିଷ ପାନ କରିଥାଇପାରନ୍ତି ବୋଲି ଶୁଣା ଯାଉଛି ।

ବିଷ ଖାଇବା ପରେ ପଡିଶାମାନେ ସରୋଜଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ସରୋଜଙ୍କ ପିତା, ମାତା ଓ ସାନ ଭାଇ ଆଜି ସକାଳୁ ଦେବଗଡ ଆସିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.