ହୃଦଘାତରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକଙ୍କ ମୃତ୍ୟୁ

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସମାଜର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକ ହୃଦଘାତରେ ପରଲୋକ । ମୃତ୍ଯୁ ବେଳକୁ ତାଙ୍କର ୬୫ ବର୍ଷ ବୟସ । ଗତକାଲି ରାତିରେ ନିଜ ଘର ଗୁଆ ଗଡିଆ ପଞ୍ଚାୟତ ଚିରୋଳରେ ଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକମାନେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ଯୁବରଣ କରିଛନ୍ତି ।

ବନମାଳୀ ବାରିକ ପ୍ରଥମେ ପ୍ରଜାତନ୍ତ୍ର ଖବର କାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ । ପରେ ସମାଜରେ ଆଜି ପର୍ଯ୍ୟନ୍ତ ସାମ୍ବାଦିକତା କରୁଥିଲେ । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକତା କରି ଆସୁଥିଲେ । ସେ କେବଳ ଯେ ସାମ୍ବାଦିକ ଥିଲେ ତାହା ନୁହେଁ  ଜଣେ ସାହିତ୍ୟିକ ମଧ୍ଯ ଥିଲେ। ବିଭିନ୍ନ ସଂଗଠନର ଜଡିତ ରହିଥିଲେ। ତାଙ୍କର ମୃତ୍ୟୁ ସମୟରେ ଦୁଇ ପୁଅ ଓ ଗୋଟିଏ ଝିଅ ସହିତ ପତ୍ନୀ ଉପସ୍ଥିତ ଥିଲେ ।

ମୃତ୍ଯୁ ଖବର ପ୍ରଚାରିତ ହେବା ପରେ ବାସୁଦେବପୁର ପ୍ରେସ କ୍ଳବର ସମସ୍ତ ସାମ୍ବାଦିକ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ , ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ,ବିଜେପି ଜିଲ୍ଲା ଉପସଭାପତି ଉଦୟ ନାରାୟଣ ମଲ୍ଲିକ,ପୌରାଧ୍ୟକ୍ଷ ନିବେଦିତା ବେହେରା,ଯୁବ ଶିଳ୍ପପତି ଶୁଭେନ୍ଦୁ ଭୂଷଣ ବେହେରା, ସମାଜସେବୀ ଭାଗିରଥି ବଳ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.