ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ୫ଟି କାର୍‌ ଓ ୨ଟି ବାଇକ୍‌କୁ ଧକ୍କା ଦେଲା ୧୦ ଚକିଆ ଟ୍ରକ୍

ଭୁବନେଶ୍ବର(କେନ୍ୟୁଜ୍‌): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ୫ଟି କାର୍‌ ଓ ୨ଟି ବାଇକ୍‌କୁ ଧକ୍କା ଦେଲା ୧୦ ଚକିଆ ଟ୍ରକ । ବାଣୀବିହାର ସତସଙ୍ଗ ମନ୍ଦିର ସାମ୍ନାରେ ଦୁର୍ଘଟଣା ଘଟିଛି । ଟ୍ରକଟି ବରମୁଣ୍ଡା ଆଡୁ ଦ୍ରୁତ ଗତିରେ ଆସି ୫ଟି କାର୍‌କୁ ଧକ୍କା ଦେଇଥିଲା । ସେଥିରୁ ଦୁଇଟି କାର୍‌ ଓଲଟି ପଡିଥିଲା ।

ଏହାପରେ ଟ୍ରକଟି ପୁଣି ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।