ଆଜି ପୋଲିସ୍ ଡିଜି ସୁନୀଲ କୁମାର ବଂସଲଙ୍କ ଦିନିକିଆ ମାଲକାନଗିରି ଗସ୍ତ

ମାଲକାନଗିରି(କେନ୍ଯୁଜ୍): ଆଜି ପୋଲିସ ଡିଜି ସୁନୀଲ କୁମାର ବଂସଲଙ୍କ ଦିନିକିଆ ମାଲକାନଗିରି ଗସ୍ତ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରିରେ ନୂଆ କରି ପ୍ରତିଷ୍ଠା ହୋଇରହିବା କ୍ୟାମ୍ପରେ ସକାଳ ୧୦ଟା ୪୦ ମିନିଟରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।

ମାଓ ଦମନ ନେଇ ବିଏସଏଫ ଏବଂ ପୋଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହା ପରେ ୧୧ଟା ୩୦ ମିନିଟରେ ମାଥିଲିରେ ପହଁଞ୍ଚି ଥାନାର ନୂଆ ବିଲ୍ଡିଂର ଉଦଘାଟନ କରିବେ।

ଦିନ ୧୨ଟା ୫୦ ମିନିଟରେ ମାଲକାନଗିରି MV-3 BSF କ୍ୟାମ୍ପରେ ପହଁଞ୍ଚି BSF ଏବଂ ପୋଲିସ ଅଧିକାରୀଙ୍କ ସହ ରୁଦ୍ଧ କୋଠରୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଏଥିରେ ମାଓ ଦମନ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଗସ୍ତ ବେଳେ ୩ଟି ଥାନାର ନୂତନ ଗୃହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.