ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଚୋରି
ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା।

ଭୁବନେଶ୍ୱର(କେନ୍ୟୁଜ୍): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା। ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ। ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ଚୋରି ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।