ବଜ୍ରପାତରେ ୧୭ ଗୋରୁ ମୃତ, ୩ ଜଗୁଆଳି ଆହତ

ମାଲକାନଗିରି (କେନ୍ୟୁଜ) : ବଜ୍ରପାତରେ ୧୭ ଟି ଗୋରୁ ମୃତ । ଅଳ୍ପକେ ବର୍ତ୍ତିଲେ ୩ ଗାଈ ଚରାଳି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ସୁଦ୍ଧାଖୁଣ୍ଟା ଆଦିବାସୀ ଗାଁର ୩ ଭାଇ ଭଉଣୀ ଗତକାଲି ଗୋରୁ ନେଇ ଚରାଇବାକୁ ଯାଇଥିଲେ । ମାଛଘାଟି ନିକଟ ଶାଗଡ ପାହାଡରୁ ଗୋରୁ ଧରି ସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା । ବଜ୍ରପାତରେ ସମସ୍ତ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗାଇ ଚରାଳି ଘଟଣାସ୍ଥଳରେ ବେହୋସ ହୋଇପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.