କରଞ୍ଜିଆରେ ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭରର ମୁଣ୍ଡ କଟି ଅଲଗା ହୋଇଗଲା

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଘଟିଛି ଏହି  ଦୁର୍ଘଟଣା।  ଟ୍ରକ ଏବଂ ଟ୍ରଲର ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହଇଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ମୃତ୍ୟୁ ବରଣ କରିଛନ୍ତି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ବରଣ କରିଥିବା ଟ୍ରକ ଡ୍ରାଇଭର ମୁଣ୍ଡ କଟିଯାଇ ଟ୍ରକ ମଧ୍ୟରେ ଚାପି ହଇ ରହିଥିଲା ।ଘଟଣା ସ୍ଥଳରେ ବର୍ତ୍ତମାନ ଶୁକୃଳି ଅଗ୍ନିଶମ ବିଭାଗ ଏବଂ କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରରେ ଲାଗିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ  ମୃତ୍ୟୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇନଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.