ଅଭିଯୋଗର ଲମ୍ବା ତାଲିକା: NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ନାଁରେ ସାର୍ଟିଫିକେଟରେ ଜାଲିଆତି ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): କଣ୍ଟ୍ରୋଭର୍ସି ରିଂରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ। ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି।ଏବେ ସାମନାକୁ ଆସିଛି ସାର୍ଟିଫିକେଟରେ ଜାଲିଆତି ଅଭିଯୋଗ । ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ଵାବ ମଲ୍ଲିକ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ନବାବ ମଲିକ ସମୀର ଓ୍ଵାଙ୍ଖଡେଙ୍କ ଫଟୋ ଲଗାଇ ଏକ ଟ୍ଵିଟ୍‌ କରିଛନ୍ତି । ଲେଖିଛନ୍ତି, ଚିହ୍ନନ୍ତୁ କିଏ । ଏଭଳି ଲେଖିବାର ଜବାବ ତାଙ୍କର ଅନ୍ୟ ଏକ ଟ୍ଵିଟ୍‌ରେ ଦେଇଛନ୍ତି ନବାବ ମଲିକ ।

ଯେଉଁଥିରେ ଏକ ବାର୍ଥ ସାର୍ଟିଫିକେଟ୍‌ ଆଟାଚ୍‌ କରିଛନ୍ତି । ନଓ୍ଵାବ ମଲିକ ଲେଖିଛନ୍ତି, ସମୀର ଦାଉଦ ଓ୍ଵାଙ୍ଖଡେଙ୍କର ଏଇଠୁ ଆରମ୍ଭ ହୋଇଥିଲା ଜାଲିଆତି । ବାର୍ଥ ସାର୍ଟିଫିକେଟ୍‌ରେ ଧର୍ମ ସ୍ଥାନରେ ମୁସଲିମ ଲେଖାଯାଇଛି । ସମୀର ଓ୍ଵାଙ୍ଖଡେ ଏସସି କୋଟାରେ ଆରଆରଏସ୍‌ ଚୟନ ହୋଇଥିଲେ । ବାର୍ଥ ସାର୍ଟିଫିକେଟ୍‌ ଟ୍ଵିଟ୍‌ କରି ନବାବ ମଲିକ ଏକଥା ପ୍ରମାଣ କରିବାକୁ ଉଦ୍ୟମ କରିଛନ୍ତି ଯେ ଓ୍ଵାଙ୍ଖଡେ ସାର୍ଟିଫିକେଟ୍‌ ଜାଲିଆତି କରି ଚାକିରି ପାଇଛନ୍ତି । ପୂର୍ବରୁ ସମୀରଙ୍କ ବିରୋଧରେ ଆସିଥିଲା ୨୫କୋଟି ଲାଞ୍ଚ ମାମଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.