ପୁରୀ ବେଳାଭୂମି ବାଲିରୁ ମିଳିଲା ଶିବ ଲିଙ୍ଗ, ସମୁଦ୍ର ପାଣିରେ ଭାସି ଆସିଥିବା ଅନୁମାନ

ପୁରୀ ବେଳାଭୂମିରେ ଭାସୁଛି ଶିବ ଲିଙ୍ଗ। ଲାଇଟହାଉସ ନିକଟରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି। ସମ୍ଭବତଃ କେଉଁ ଆଡୁ ସମୁଦ୍ରରେ ଭାସି ଆସିଥିବା ଅନୁମାନ କରାଯାଇଛି। ଅଥବା କୌଣସି ମନ୍ଦିରରେ ପୂଜା ପାଉଥିବା ଏବଂ ସମୁଦ୍ରରେ ଭାସିଯାଇଥିବା କୁହାଯାଉଛି।

ପୁରୀ (ନ୍ୟୁଜ): ପୁରୀ ବେଳାଭୂମିରେ ଭାସୁଛି ଶିବ ଲିଙ୍ଗ। ଲାଇଟହାଉସ ନିକଟରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି। ବାସେଳୀ ସାହିର ରାକେଶ ସାହୁ, କାହ୍ନା ମହାନ୍ତି ଏବଂ ତାଙ୍କ ସାଙ୍ଗ ମାନେ ଗତକାଲି ସମୁଦ୍ର ବେଳାଭୂମିରେ ବସିଥିଲେ। ହଠାତ ଏକ କଳା ରଙ୍ଗ କିଛି ଦେଖାଯିବାରୁ କୌତୁହଳ ବଶତଃ ବାଲି ଖୋଳିବା ବେଳେ ଏହି ଲିଙ୍ଗ ପାଇଥିଲେ। ସମ୍ଭବତଃ କେଉଁ ଆଡୁ ସମୁଦ୍ରରେ ଭାସି ଆସିଥିବା ଅନୁମାନ କରାଯାଇଛି। ଅଥବା କୌଣସି ମନ୍ଦିରରେ ପୂଜା ପାଉଥିବା ଏବଂ ସମୁଦ୍ରରେ ଭାସିଯାଇଥିବା କୁହାଯାଉଛି।

ଗତକାଲି କିଛି ଯୁବକ ନିଳାଦ୍ରୀ ବିଜେ ଦର୍ଶନ ସାରି ବେଳାଭୂମିର ଏହି ସ୍ଥାନରେ ବସିଥିଲେ। ପୂର୍ବରୁ ଲିଙ୍ଗ ସମୁଦ୍ର ବାଲିରେ ପୋତି ହୋଇ ରହିଥିଲା। ଢେଉ କୂଳରେ ବାଡେଇ ହେବା ସମୟରେ ଲିଙ୍ଗ ଦେଖାଯାଇଥିଲା। ଯୁବକ ମାନେ ମିଶି ଏହାକୁ ବାଲିରୁ ଉଦ୍ଧାର କରିଥିଲେ। ତେବେ ରାତି ବେଶି ହୋଇ ଯାଇଥିବାରୁ ସେଠାରୁ ଚାଲି ଆସାଥିଲେ। ଲିଙ୍ଗ ସେଠାରେ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.