ଓଡିଶାର ଏହି ମନ୍ଦିରର ଲିଙ୍ଗରେ ବାବାଙ୍କର ଚାଲେ ନିଶ୍ୱାସ ପ୍ରଶ୍ୱାସ, ବିଶ୍ୱାସ ହେଉନଥିବା ଦୃଶ୍ୟ ଦେଖନ୍ତୁ ଆଖିରେ

ଭୁବନେଶ୍ଵର (କେନ୍ୟୁଜ) : ଚାଲିଛି ଘଣ୍ଟ ଘଣ୍ଟା। ଘଣ୍ଟାର ତାଳେ ତାଳେ ପୂଜାରୀ କରୁଛନ୍ତି ଆଳତି। ଚାଲିଛି ବାବାଙ୍କ ପୂଜାଅର୍ଚ୍ଚନା। ବାବାଙ୍କ ଏତେ ସୁନ୍ଦର ଆଳତି ଦେଖି ଆଖି ଲାଖିଯିବ।ଆଉ ପୂଜକ ମନ ଧ୍ୟାନ ଦେଇ ଭକ୍ତିର ସହିତ ଶିବ ଶକ୍ତି ବା ଲିଙ୍ଗରେ ଆଳତି ବୁଲାଉଥାନ୍ତି। ଆଳତି ସରିଲା ପରେ ପୂଜକ ମହାଶୟ ଲିଙ୍ଗ ବା ଶକ୍ତି ଉପରେ ଥିବା ବେଲ ପତ୍ର ଓ ବେଶ ବାହାର କରି ପୁଣି ଶକ୍ତିକୁ ଧୂପ ଦୀପ ଦେଲେ। ଏସବୁ ଦୃଶ୍ୟ ଦେଖିଲା ଭଳିଆ ଥିଲା । ସବୁ ଲିଙ୍ଗ ଠାରୁ ଏ ଲିଙ୍ଗ ସଂପୂର୍ଣ୍ଣ ଅଲଗା। ସାରା ଭାରତ ବର୍ଷରେ ଦେଖିବାକୁ ମିଳେନି ଏଭଳି ଶକ୍ତି। ଅଦ୍ଭୁତ ଆଉ ନିଆରା ଦୃଶ୍ୟ । ଦେଖୁଥିଲେ ଦେଖିବାକୁ ଇଛାହେଉଥିବ ।

ଏହା ମଧ୍ୟ କହିପାରିବେ ଯେ ଭାରତ ବର୍ଷରେ କାହିଁକି ସାରା ପୃଥିବୀ ପୃଷ୍ଠରେ କୌଣସି ସ୍ଥାନରେ ଏମିତି ଲିଙ୍ଗ ନଥିବ। ଯାହାଙ୍କର ନିଃଶ୍ୱାସ ପ୍ରଶ୍ଵାସ ଚାଲେ। ଜୀବନ୍ତ ଠାକୁର ବୋଲି କୁହନ୍ତି ଏଠାକୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ।

ଆଖିକୁ ହୁଏତ ବିଶ୍ୱାସ କରିପାରିବେନି ଯେ ଲିଙ୍ଗରେ ନାଶା ବା ନାକ ଅଛି। ଦୀପ ଜଳୁଛି ଆଉ ଲିଙ୍ଗରୁ ବାହାରୁ ଥିବା ଭୋଳାନାଥଙ୍କ ନିଃଶ୍ୱାସ ପ୍ରଶ୍ୱାସରେ ଧୂପ ଦୀପର ଚଳନ ବାଧା ସୃଷ୍ଟି ହେଉଛି। ବାବାଙ୍କର ଏ ଅଦ୍ଭୁତ ଲିଳା ବିଷୟରେ ସେବାୟତ ଓ ପୂଜକ ବଖାଣିଲେ ଏଠିକାର ଲିଙ୍ଗ ବା ଶକ୍ତିର ମହିମା। ବହୁ ପୁରୁଣା ଯୁଗର ମନ୍ଦିର। ଏହି ମନ୍ଦିରଟି ଭୁବନେଶ୍ଵର ନିକଟ ଲିଙ୍ଗରାଜର ନିକଟରେ କପିଳେଶ୍ୱର ଗ୍ରାମରେ ଅବସ୍ଥିତ।

କେଉଁ ଶତାବ୍ଦୀରୁ ଏହି ମନ୍ଦିର ରହିଥିବା କଥା ଦାବି କରନ୍ତି ଏଠାକାର ସେବାୟତ। ପ୍ରକୃତରେ କେହି ବି କେବେ ଦେଖିନଥିବେ ଏଭଳି ନିଃଶ୍ୱାସ ତ୍ୟାଗ କରୁଥିବା ଲିଙ୍ଗ ବା ଶକ୍ତିଙ୍କୁ। ଯାହାକୁ ହୁଏତ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି। ସତରେ ବାବା ଭୋଳାନାଥଙ୍କ ମହିମା ଅପାର ଆଉ ତାଙ୍କ ଲିଳା ବି ବଡ ଅଦ୍ଭୁତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.