୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ‘ସାଓମି’! ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସ୍ମାର୍ଟଫୋନ୍ ନିର୍ମାଣ କରୁଥିବା ଚୀନର ଜଣାଶୁଣା କମ୍ପାନୀ ‘ସାଓମି’ ନିଜର ୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ମିଡିଆ ରିପୋର୍ଟ ମୁତାବକ, କମ୍ପାନୀ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ନିଜର ୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଯଦିଓ ସାଓମି ତରଫରୁ ଏହାକୁ ନେଇ ଏ ପର୍ଯ୍ୟନ୍ତ ଅଫିସିଆଲି ଭାବେ ନିଶ୍ଚିତ ହୋଇ ନାର୍ହିଁ।

କହି ରଖୁଛୁ, ଗତ କିଛି ମାସ ମଧ୍ୟରେ ବିଶ୍ୱ ମାନ୍ଦାବସ୍ଥା ଯୋଗୁ ଦୁନିଆର ଅନେକ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏହି କମ୍ପାନୀଗୁଡ଼ିକଙ୍କ ମଧ୍ୟରେ ଆପଲ୍, ମାଇକ୍ରୋସଫ୍ଟ ଭଳି ଟେକ୍‌ କମ୍ପାନୀ ଅର୍ନ୍ତଭୁକ୍ତ ରହିଛନ୍ତି।

ଭାରତରେ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ଗତ କିଛି ମାସ ମଧ୍ୟରେ ନିଜ କର୍ମଚାରୀମାନଙ୍କୁ କମ୍ପାନୀରୁ ବାହାର କରିଛନ୍ତି। ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ବିଶ୍ୱର ଯୋଗାଣ ଶୃଙ୍ଖଳା ଖରାପ ଭାବେ ପ୍ରଭାବିତ ହୋଇଛି, ଯଦ୍ଦ୍ଵାରା ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥାର ବିପଦ ଦେଖା ଦେଇଛି। ଏପରି ସ୍ଥିତିରେ ବିଶ୍ୱବାସୀ ମହଙ୍ଗା ମାଡ଼ର ସାମ୍ନା କରୁଛନ୍ତି।

ସାଓମିର ରାଜସ୍ୱ ହ୍ରାସ

ରିପୋର୍ଟ ମୁତାବକ, ସାଓମିର ରାଜସ୍ୱ ଚଳିତ ବର୍ଷର ଦ୍ୱିତୀୟ ତ୍ରୟୋମାସିକରେ ହ୍ରାସ ପାଇ ୭୦.୨ ବିଲିୟନ ୟୁଆନରେ ପହଞ୍ଚିଛି। ଗତ ବର୍ଷ ଏହି ମାସରେ କମ୍ପାନୀର ରାଜସ୍ୱ ଯେତିକି ଥିଲା, ତାହା ତୁଳନାରେ ଚଳିତ ବର୍ଷ ଏଥିରେ ୨୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। କୁହାଯାଉଛି ଯେ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ନିଜର ୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.