ଗୋପୀନାଥପୁର ହରିଡା ପଡିଆରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ

କଟକ ଜିଲ୍ଲା ସାଲେପୁର ବ୍ଳକ୍ ଗୋପୀନାଥପୁର ହରିଡା ପଡିଆରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ଉତ୍ସବ ଅନୁଷ୍ଠିତ ହେଉଛି । କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଯଜ୍ଞକୁଣ୍ଡ ସ୍ଥାପନ କରାଯାଇଥିଲା ।

କଟକ: ଭକ୍ତିର ଭାବ ଡୋରିରେ ବନ୍ଧା ପ୍ରଭୁ ଜଗନ୍ନାଥ । ସେ ଅଣଚାଷ ପବନ ହେଉ କି ଝାଞ୍ଜି ଖରା ଭକ୍ତ ଆଉ ଭଗବାନଙ୍କର ସେହି ଭାବର ଡୋରିକୁ କେହି କାଟିପାରିବେନି । ପ୍ରଭୁଙ୍କର ଲୀଳା ବଡ଼ ବିଚିତ୍ର । ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ସେଥିପାଇଁ ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । କଟକ ଜିଲ୍ଲା ସାଲେପୁର ବ୍ଳକ୍ ଗୋପୀନାଥପୁର ହରିଡା ପଡିଆରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ ଉତ୍ସବ ଅନୁଷ୍ଠିତ ହେଉଛି । କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଯଜ୍ଞକୁଣ୍ଡ ସ୍ଥାପନ କରାଯାଇଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତି ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ପାଞ୍ଚଦିନ ବ୍ୟାପି ଧାରାବାହିକ ପ୍ରବଚନ ଦେଉଛନ୍ତି । ପାଞ୍ଚ ଦିନ ଧରି ଶ୍ରୀ ଜଗନ୍ନାଥଙ୍କ ଚେତନା ସମ୍ପର୍କିତ ପାଞ୍ଚଟି ଜ୍ଞାନ ସମ୍ପର୍କରେ ଆଲୋଚନା କରାଯିବ। ଜଗନ୍ନାଥଙ୍କ ସ୍ୱରୂପ ଜ୍ଞାନ, ମହିମା ଜ୍ଞାନ, ରୂପ ଜ୍ଞାନ, ଲିଳା ଜ୍ଞାନ ଓ କ୍ଷେତ୍ର ଜ୍ଞାନ ଉପରେ ଆଲୋଚନା କରାଯାଉଛି ।

ପ୍ରତିଦିନ ସାନ୍ଧ୍ୟ। ୬ଘଟିକା ଠାରୁ ଆଳତୀ, ପ୍ରାର୍ଥନା ପରେ ଶ୍ରୀ ଜଗନ୍ନାଥଙ୍କ ତତ୍ତ୍ୱ ଓ ତଥ୍ୟ ଭିତ୍ତିକ ଭବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶ୍ରୀ ଜଗନ୍ନାଥଙ୍କ ଚବିଶ ବେଶ ପ୍ରଦର୍ଶନ କରାଯାଉଛି । ଏହାକୁ ଦେଖିବା ପାଇଁ ପାଞ୍ଚଦିନ ବ୍ୟାପି ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସହ ଜଗନ୍ନାଥ ପ୍ରେମିଙ୍କ ଭିଡ଼ ଦେଖିବାକୁ ମିଳିଛି । ସାରା ପରିବେଶ ଘଣ୍ଟ, କୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠୁଛି । ଏହା ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ପୁରା ଗୋପୀନାଥପୁର ଅଞ୍ଚଳଟି ସତେ ଯେମିତି ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଯାଛି ବୋଲି ଜଗନ୍ନାଥ ପ୍ରେମୀ ମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.