ସ୍ୱାମୀଙ୍କ ବିରୋଧରେ ଆଣିଥିବା ଅଭିଯୋଗରେ ମୁହଁ ଖୋଲିବେ ଶ୍ରୀୟା, କାଲି ପୁରୀରେ ପ୍ରେସମିଟ୍‌ ଡାକିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ହ୍ୟୁମାନ ସାଗର-ଶ୍ରୀୟା ମିଶ୍ର କଳି ତୁଟିବା ଭଳି ଲାଗୁନି । ବାହାରି ପାରୁନି ପତି-ପତ୍ନୀ ବିବାଦର ସମାଧାନ ବାଟ ? ଆପୋଷ ବୁଝାମଣା କ୍ଷୀଣ ଭଳି ଲାଗିଲାଣି । ସେଲିବ୍ରିଟି ସିଙ୍ଗର କପଲ ଝଗଡ଼ାରେ ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ । କାଲି ସବୁ ଅଭିଯୋଗର ଖୁଲ୍ଲାସା କରିବେ ଶ୍ରୀୟା । ପୁରୀରେ ପ୍ରେସମିଟ୍‌ ଡାକିଛନ୍ତି । ପ୍ରଥମ ଥର ମିଡିଆ ସାମନାକୁ ଆସିବେ । ଅଭିଯୋଗର ଗୋଟି ଗୋଟି ଜବାବ ରଖିବେ । ସ୍ୱାମୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ମୁହଁ ଖୋଲିବ । ଶାଶୁ ମିଡ଼ିଆରେ ଯେଉଁ ସବୁ କଥା କହିଛନ୍ତି ତାର ଜବାବ ରଖିବେ ଶ୍ରୀୟା । ଏନେଇ ଗଣମାଧ୍ୟମକୁ ଲିଖିତ ଭାବରେ ସୂଚନା ଦେଇଛନ୍ତି । ଶ୍ରୀୟା କହିଛନ୍ତି, ଶାଶୁ ଆଣିଥିବା ଅଭିଯୋଗ ମିଛ । ତାଙ୍କ ନାଁରେ ଓ ବାପ ଘର ବିରୋଧରେ ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । ଅଭିଯୋଗ କେତେ ମିଛ ପ୍ରମାଣ ଦେବେ ଶ୍ରୀୟା ।

ହ୍ୟୁମାନ-ଶ୍ରୀୟା କଳି ଥାନାରେ ପହଞ୍ଚିଛି । ପତି-ପତ୍ନୀଙ୍କୁ କାଉନସେଲିଂ ପାଇଁ କଟକ ମହିଳା ଥାନା ପୋଲିସ ଡାକିଥିଲା । ଏହାପରେ ସମୁଦି ଓ ସମୁଦୁଣୀଙ୍କ ଭିତରେ ତେଜିଥିଲା ବାକଯୁଦ୍ଧ । ଶୁଣନ୍ତୁ ସେଦିନ କଣ କହିଥିଲେ ଶ୍ରୀୟାଙ୍କ ବାପା ଓ ହ୍ୟୁମାନଙ୍କ ମାଆ । କାଲି ପ୍ରେସମିଟରେ ଶ୍ରୀୟା କଣ କହିବେ ତାଉପରେ ତାଉପରେ ସମସ୍ତଙ୍କର ନଜର ରହିଛି ।

ହ୍ୟୁମାନ-ଶ୍ରୀୟା ପାରିବାରିକ ବିବାଦର ଆପୋଷ ସମାଧାନ ପାଇଁ ସମୟ ଦେଇଛି ପୋଲିସ । ମନୋମାଳିନ୍ୟ ଓ ଭୁଲ ବୁଝାମଣା ଦୂର କରିବାକୁ ଉଭୟ ପରିବାରକୁ ସୋମବାର ଯାଏ ସମୟ ଦିଆଯାଇଛି । ତାପୂର୍ବରୁ ଶ୍ରୀୟା ପ୍ରେସମିଟ୍‌ କରିବା ସୂଚନା ପତି-ପତ୍ନୀ କଳିରେ ରୋଚକ ମୋଡ଼ ଆଣିଛି । ପ୍ରଶ୍ନ ଉଠୁଛି, ଓଲିଉଡ୍‌ ସିଙ୍ଗର କପୁଲଙ୍କ କଳି ତୁଟିବ ନା ଆହୁରି ବଢ଼ିବି ? ସମାଧାନର ବାଟ ବାହାରିବା ବଦଳରେ ଦୁଇ ପରିବାର ଭିତରେ ବଢ଼ିବ କି ଦୂରତା ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.