Below header

ଘରକୁ ଫେରିଲେ କରୋନା ଯୋଗୁ ଜାପାନର ପ୍ରିନ୍‌ସେସ ଡାଇମଣ୍ଡ ଜାହାଜରେ ଅଟକି ରହିଥିବା ବ୍ରହ୍ମପୁରର ଶିବାଶିଷ, ବଖାଣିଲେ ଅନୁଭୂତି

ବ୍ରହ୍ମପୁର : ଘରକୁ ଫେରିଲେ ଶିବାଶିଷ ନାୟକ । ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷ ନାୟକ ଜାନୁଆରୀ ୧୦ ତାରିଖରେ ଜାପାନ ଯାଇଥିଲେ । ଫେବୃଆରୀ ୬ ତାରିଖରେ ଫେରିବାର ଥିଲା । କରୋନା ଯୋଗୁ ଜାପାନର ପ୍ରିନ୍‌ସେସ ଡାଇମଣ୍ଡ ଜାହାଜରେ ଅଟକିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଫେବୃଆରୀ ୨୭ ତାରିଖରେ ଜାହାଜରୁ ଉଦ୍ଧାର ହୋଇ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ । ରିପୋର୍ଟର ନେଗେଟିଭ୍‌ ଆସିବା ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ରଖାଯାଇଥିଲା । ଘରକୁ ଫେରିବା ପରେ ତାଙ୍କ ଅନୁଭୂତି ବଖାଣିଛନ୍ତି ଶିବାଶିଷ । ପୁଅ ଘରକୁ ଫେରିଥିବାରୁ ପରିବାରରେ ଖୁସି କହିଲେ ନସରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.