ଜଳୁଛି ସିଦ୍ଧଗୁମ୍ଫା ପାହାଡ: ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ, ବନବିଭାଗ ନାକେଦମ୍

ଉଦଳା: ହୁ ହୁ ହୋଇ ଜଳୁଛି ସିଦ୍ଧଗୁମ୍ଫା ପାହାଡ । ନିଆଁ କବଳରେ ରହିଛି ପୁରା ପାହାଡ। ନିଆଁକୁ ଆୟତ୍ତ କରିବାକୁ ବନବିଭାଗ ନାକେଦମ୍‌ ହୋଇପଡିଛି । କପ୍ତିପଦା ବନବିଭାଗ ଅଧିନ ରାଢୋ ସିଦ୍ଧଗୁା ପାହାଡରେ ଲାଗିଛି ନିଆଁ । ଗତକାଲି ସନ୍ଧ୍ୟାରେ ପାହାଡ ହୁତୁ ହୁତୁ ହୋଇ ଜଳି ନିଆଁ ପୁରା ପାହାଡକୁ ବ୍ୟାପି ଯାଇଥିଲା ।

ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ଜଙ୍ଗଲର ନିଆଁ ଲୁଇପାଙ୍କ ସିଦ୍ଧ ପୀଠ ନିକଟରେ ଲାଗି ଥିବା ବେଳେ ତାହା ବ୍ୟାପିବାରେ ଲାଗିଛି । ନିଆଁ ନିଜର କାୟା ବିସ୍ତାର କରୁଥିବା ବେଳେ କପ୍ତିପଦା ବନବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.