କଲବଲ କରୁଛି ଖରା: ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ, ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱର: କଲବଲ କରୁଛି ଖରା । ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ଗ୍ରୀଷ୍ମ ଲହରି ଅସହ୍ୟ ହେଲାଣି । ଗତକାଲି ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଥିଲା । ଭୁବନେଶ୍ୱର ପାଲଟିିଥିଲା ସବୁଠୁ ଉତ୍ତପ୍ତ ସହର । ରାଜଧାନୀର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୧୯୪୮ ପରେ ମାର୍ଚ୍ଚରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

୨୦୧୬ ମାର୍ଚ୍ଚ ୨୧ରେ ଭୁବନେଶ୍ୱରର ତାପମାତ୍ରା ଥିଲା ୪୨.୨ । ସେହିପରି ଗତକାଲି ବାରିପଦା ୪୩.୬, ବାଲେଶ୍ୱର ୪୩, ଚାନ୍ଦବାଲି ୪୨.୬ ଡିଗ୍ରୀ ଛୁଇଁଥିଲା ପାରଦ । ତାଳଚେର ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆହୁରି ଦୁଇ ଦିନ ଏଭଳି ଅବସ୍ଥା ଲାଗି ରହିବ ।

୨୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଯିବ । ସକାଳ ୯ଟାରୁ ଟାଇଁଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଓଡ଼ିଶାର ତାପମାତ୍ରା ସାମାନ୍ୟରୁ ଅଧିକ ରହିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି । ବିଶେଷକରି ଉତ୍ତର, ଉତ୍ତରପଶ୍ଚିମ ଓ ପୂର୍ବମଧ୍ୟ ଭାରତରେ ସାମାନ୍ୟରୁ ଅଧିକ ତାତି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.