ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ(କେନ୍ୟୁଜ୍): ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ବାରିପଦାର ପିଠାବଟା ଓ ଯଶୀପୁରରୁ ଅନୁମତି ପତ୍ର ମିଳିବ। ଏଥିସହିତ ପ୍ରତିଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ଟି ଓ ଯଶୀପୁରର କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ିକୁ ଅଭୟାରଣ୍ୟ ମଧ୍ୟକୁ ଅନୁମତି ମିଳିବ। ତେବେ ସର୍ବପ୍ରଥମେ ଆସିଥିବା ଗାଡ଼ିଗୁଡିକୁ କ୍ରମାନ୍ଵୟରେ ଅନୁମତି ମିଳିବ। ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଅନୁମତି ପତ୍ର ମିଳିବ। ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପରେ ଗୁଗୁଡିଆ , ବରେଇପାଣି , କୁମାରୀ ଓ ଜାମୁଆଣିରେ ରାତିରେ ଲୋକମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଗାଡିରେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି। ଅପରାହ୍ନ ୩ଟା ସୁଦ୍ଧା ବୋରେଇପାଣି, ଜୋରନ୍ଦା ଏବଂ ୪ଟା ସୁଦ୍ଧା ଚହଲା ଛାଡିବାକୁ କଟକଣା ଲାଗୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.