Below header

ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ୍

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ । ଭାରତୀୟ ପୁରୁଷ ଟିମ୍‌କୁ ଭେଟିବ ଋଷିଆ । ସେହିଭଳି ୨ ତାରିଖରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଆମେରିକା । ଯେଉଁ ଦଳ ବିଜୟ ହେବ ସିଧା ଟୋକିଓ ଅଲମ୍ପିକ ପାଇଁ ଟିକେଟ ହାସଲ କରିବ । ଟୁର୍ଣ୍ଣାମେଣ୍ଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଖେଳାଳିମାନେ ରହୁଥିବା ହୋଟେଲ, ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ମ୍ୟାଚ ସମୟରେ ଜୟଦେବ ବିହାର ଛକ ଠାରୁ କଳିଙ୍ଗ ଷ୍ଟାଡିୟମ ଛକକୁ ସିଲ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.