Below header

କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

କେନ୍ୟୁଜ୍(ବ୍ୟୁରୋ):  କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ । ଯଶୀପୁର ଦେଇ ୩୫ଟି ଗାଡି ଓ ବାରିପଦା ପିଠାବଟା ଦେଇ ୨୫ଟି ଗାଡି ଯାଇପାରିବ। ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ବୁକିଂ କାଉଣ୍ଟର ଖୋଲା ରହିବ । ବରେହିପାଣିକୁ ମିଶାଇ ଗୁଡୁଗୁଡିଆ, ରାମତୀର୍ଥ, କୁମାରୀ, ଜାମୁଆଣିଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀ ଯାପନ ବ୍ୟବସ୍ଥା କରାଯାଇଛି । ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକ ଇମେଲ ମାଧ୍ୟମରେ ଆଗୁଆ ବୁକିଂ କରିପାରିବେ । ପ୍ରତି ଟିକେଟର ମୂଲ୍ୟ ୧୦୦ଟଙ୍କା ଓ ଗାଡି ପାର୍କିଂ ପାଇଁ ୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ଅଭୟାରଣ୍ୟରେ ବୁଲିବା ବେଳେ ପର୍ଯ୍ୟଟକ ସାନିଟାଇଜର ଓ ମାସ୍କ ପିନ୍ଧିବା ସହ କୋଭିଡ -୧୯ ନିୟମ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି । ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.