Below header

ଆଜି ଲେଜର ସ୍କାନିଂରେ ଯାଞ୍ଚ କରାଯିବ ଶ୍ରୀମନ୍ଦିର ଗର୍ଭଗୃହ

କେନ୍ୟୁଜ୍(ବ୍ୟୁରୋ):  ଆଜି ଯାଞ୍ଚ କରାଯିବ ଶ୍ରୀମନ୍ଦିର ଗର୍ଭଗୃହ । ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ଲେଜର ସ୍କାନିଂ କରାଯିବ । ଗତ ୧୦ ତାରିଖରେ ଏଏସଆଇ ସୁପେରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ସେପଟେ ଆରମ୍ଭ ହେବ ରୁପାଦ୍ୱାର ଲଗାଯିବା କାର୍ଯ୍ୟ । ୩ ପ୍ରମୁଖ ଦ୍ୱାର କଳାହାଟ, ବେହରଣ ଓ ଜୟ ବିଜୟ ଦ୍ୱାର ସହ ଭଣ୍ଡାର ଦ୍ୱାରକୁ ରୁପା ଛାଉଣୀ କରାଯିବ । ନୀଳାଦ୍ରି ଭକ୍ତନିବାସରେ ବର୍ମାଟିକ କାଠରେ ଦ୍ୱାର ନିର୍ମାଣ ଶେଷ ହୋଇଛି । ଷ୍ଟିଲ ଫ୍ରେମରେ ରୁପା ଛାଉଣୀ କରାଯାଇ ଦ୍ୱାର ଉପରେ ବାଡ଼ିଆ ଯିବ । ଏଏସଆଇ ବିଶେଷଜ୍ଞମାନେ ଅନୁଧ୍ୟାନ କରିବା ପରେ କାର୍ଯ୍ୟର ଅଗ୍ରଗତି ହେବ । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.