ଶିରୁଳି ମହାବୀର ମନ୍ଦିର ପୁନରୁଦ୍ଧାର କାର୍ଯ୍ୟର ବାର୍ଷିକ ଉତ୍ସବ

ପୁରୀ (କେ ନ୍ୟୁଜ୍‌) : ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ପୀଠ ଶିରୁଳି ମହାବୀର ମନ୍ଦିର ପୁନରୁଦ୍ଧାର କାର୍ଯ୍ୟର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀମହାବୀର ଦେବଙ୍କ ମନ୍ଦିର ପରିସରରେ ସମବେତ ହନୁମାନ ଚାଳିଶା ପାଠ ହୋଇଥିଲା । ଏହାସହ ମନ୍ଦିର ପରିସରରେ ଭଜନ କୀର୍ତ୍ତନ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସନ୍ଥ ରାଜନାରାୟଣ ଦାସଜୀ ମହାରାଜଙ୍କ ସହ ସାନଛତା ମଠର ମହନ୍ତ ରାମଭୂଷଣ ଦାସଜୀ ମହାରାଜ, କିଟ୍‌ ଓ କିସ୍‌ର ପ୍ରତିଷ୍ଠା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ।

SIRULI-2

ଏହି ଆଧ୍ୟାତ୍ମିକ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ୧୫ରୁ ଅଧିକ ଗାଁର ୧୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଉତ୍ସବରେ ଭାଗ ନେଇଥିବା ସାଧୁ ସନ୍ଥମାନଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାର୍ଷିକ ଉତ୍ସବ ଅଭ୍ୟର୍ଥନା କମିଟିର ସଭାପତି ଫକୀର ପଣ୍ଡା ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଏହି ଉତ୍ସବର ପରିଚାଳନା କରିଥିଲେ ।

SIRULI-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.