ପାଠକ ବାପ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା SIT, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ରିମାଣ୍ଡରେ ଗଲେ ଆଇଏଫଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ନେଇଛି SIT । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା SIT । ତାଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯିବ ।

ସେପଟେ ଭିଜିଲାନ୍ସ ହାତରେ ଗୋଟିଏ ପରେ ଗୋଟିଏ ସୁରାକ ଲାଗୁଛି । ସାମନାକୁ ଆସିଛି ଅଭୟଙ୍କ ଆଉ ଏକ ମିଛ । ପୁଅ ଆକାଶଙ୍କ ଆକାଉଣ୍ଟରେ ଟଙ୍କାକୁ ନେଇ ଅଭୟ ମିଛ ତଥ୍ୟ ଦେଇଥିବା ସୂଚନା ମିଳିଛି । ଜମି ବିକି ପୁଅ ଆକାଉଣ୍ଟରେ ଟଙ୍କା ରଖିଥିବା କହିଥିଲେ । ତଦନ୍ତ ବେଳେ ଭିଜିଲାନ୍ସ ଅଭୟଙ୍କର କୌଣସି ଜମି ନଥିବା ଜାଣିବାକୁ ପାଇଛି । ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲ ଯାଇଥିଲା ବାପା-ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.