ଛାଡଖାଇରେ ସାରାଦିନ ହେଭି ନନଭେଜ ? ତାହେଲେ ଆଜି ଡିନରରେ ବନାନ୍ତୁ ଓଟ୍ସ ପାଲକ ପ୍ୟାନକେକ

ଆବଶ୍ୟକୀୟ ସାମଗ୍ରୀ

  • ପାଳଙ୍ଗ ଶାଗ
  • ସୁଜି 1 କପ
  • ବେସନ ଅଧା କପ
  • ଅଟା ଅଧା କପ
  • ଓଟ୍ସ ପାଉଡର ଅଧା କପ
  • କଞ୍ଚାଲଙ୍କା
  • ଅଦା
  • ଦହି
  • ପାଣି
  • ତେଲ
  • ଲୁଣ ସ୍ବଦାନୁସାରେ

Spinach pancakes | Alpro

ପ୍ରସ୍ତୁତି ପ୍ରଣାଳୀ

  • ପାଳଙ୍ଗ ପ୍ୟାନକେକ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପାଳଙ୍ଗ, ଦହି, କଞ୍ଚାଲଙ୍କା ଏବଂ ଅଦାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • ବର୍ତ୍ତମାନ ଏକ ପାତ୍ରରେ ସେହି ପେଷ୍ଟ ଓ ବେସନ, ସୁଜି, ଅଟା ଓ ଓଟ୍ସ ପାଉଡର ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
  • ଏହି ଘୋଳକୁ 10ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।
  • ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରନ୍ତୁ ତାପରେ ଏହି ଘୋଳାକୁ ସେଥିରେ ଦେଇ ଗୋଲ କରିଦିଅନ୍ତୁ ।
  • କିଛି ସମୟ ପରେ ଏହାକୁ ଲେଉଟାଇ ଦିଅନ୍ତୁ ।
  • ଭଲଭାବେ ସେକି ହୋଇଗଲା ପରେ ଏହାକୁ କାଢି ଦହି କିମ୍ବା ଗ୍ରୀନ ଚଟଣି ସହିତ ସର୍ଭ କରନ୍ତୁ ଓଟ୍ସ ପାଳଙ୍ଗ ପ୍ୟାନ କେକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.