ସମୁଦ୍ରରେ ଭାସି ଆସି ପୁରୀ ବେଳାଭୂମିରେ ଲାଗିଛି ଶିବ ଲିଙ୍ଗଙ୍କ ଶକ୍ତି, ଦେଖିବାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ

ପୁରୀ(କେ.ନ୍ୟୁଜ): ପୁରୀ ବେଳାଭୂମିରେ ଶିବଲିଙ୍ଗ। ସ୍ଥାନୀୟ ପ୍ରାଚୀ ହୋଟେଲ ନିକଟସ୍ଥ ସମୁଦ୍ର କୂଳରେ ଆଜି ଏକ ଶିବଲିଙ୍ଗର ଶକ୍ତି ବା ତଳ ଅଂଶ ଉଦ୍ଧାର ହୋଇଛି। ଏହି ଲିଙ୍ଗ କେଉଁଠାରୁ ଭାସି ଆସି ବେଳାଭୂମିରେ ଲାଗିଛି। ତାହା ଏବେ ଯାଏଁ ଜଣାପଡ଼ିନାହିଁ।
ଅନ୍ୟପଟେ ଏହି ଶିବ ଲିଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ଏହି ଶିବ ଲିଙ୍ଗ ନଦୀରେ କେଉଁ ଆଡୁ ଭାସି ଆସି ପୁରୀ ବେଳା ଭୂମିରେ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ଶିବଙ୍କ ଲିଙ୍ଗଙ୍କ ଏହି ତଳ ଅଂଶକୁ ଫିଙ୍ଗି ଦେଇଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।
Also Read: ନିଦ ହେଉ ନ ଥିଲେ ଆଉ ଔଷଧ ଖାଇବା ଦରକାର ନାହିଁ, ସେବନ କରନ୍ତୁ ଏସବୁ ଘରୋଇ ଜିନିଷ