ଜଳେଶ୍ୱର : ପୋଖରୀରୁ ବାହାରୁଛି ଗଦା ଗଦା କଙ୍କାଳ, ଆତଙ୍କରେ ଗାଁ ଲୋକେ

ଜଳେଶ୍ୱର (କେ ନ୍ୟୁଜ୍‌) : ଗାଁ ମୁଣ୍ଡରେ ଏମିତି କିଛି ଘଟଣା ଘଟିଛି ଯେ ଏବେ ସାରା ଗାଁ ଭୟରେ ଥରୁଛି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପୁଟୁରା ଗାଁରେ ଥିବା ବଡ ପୋଖରୀରୁ ବାହାରିଛି ଭୟଙ୍କର ଜିନିଷ । ଏହାକୁ ଖୋଳିବା ବେଳେ ମାଟିତଳୁ ବାହାରୁଛି ଖାଲି ନରକଙ୍କାଳ, ମଣିଷ ଖପୁରୀ ଓ ହାଡ଼ । ଏହା ଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ସୂଚନା ଅନୁଯାୟୀ ଗାଁରେ ପୋତି ହୋଇ ଯାଇଥିବା ପୋଖରୀକୁ ପଞ୍ଚାୟତ ସମିତି ଦ୍ବାରା ପୁନରୁଦ୍ଧାର କାର୍ଯ୍ଯ ଆରମ୍ଭ ହୋଇଥିଲା । ଏହି କାମ ବେଳେ ମାଟିତଳୁ ନରକଙ୍କାଳ ବାହାରିଛି ।

KHAPURI-1

ପୋଖରୀଟି ଶହ ଶହ ବର୍ଷର ପୁରୁଣା ବୋଲି ଗାଁ ଲୋକେ କୁହନ୍ତି । ତେବେ ପ୍ରାୟ ୫୦ ବର୍ଷ ପୂର୍ବରୁ ଏହି ପୋଖରୀଟିକୁ ଶ୍ରମିକମାନଙ୍କ ଦ୍ବାରା ଖୋଳା ଯାଇ ଥିଲା। ସେତେବେଳେ ମଧ୍ଯ ନରକଙ୍କାଳ ବାହାରିବାରୁ ପୋଖରୀ ଖୋଳା ଅଧାରୁ ବନ୍ଦ ହୋଇଯାଇଥିଲା ବୋଲି ବୟସ୍କ ଲୋକେ କହିଛନ୍ତି । ତେବେ ପୋଖରୀଟି ପୋତି ହୋଇ ଯାଉଥିବାରୁ ପୁନରୁଦ୍ଧାର ପାଇଁ ବର୍ତ୍ତମାନ ପଞ୍ଚାୟତ ସମିତି ପକ୍ଷରୁ ଦୁଇଟି ଜେସିବି କାମରେ ଲାଗିଛି ।

KHAPURI-2

ଏବେ ପୋଖରୀ ଖୋଳା ଆରମ୍ଭ ହୋଇଥିବା ବେଳେ ପୁଣି ଏତେ ସଂଖ୍ଯା ରେ ନରକଙ୍କାଳ ବାହାରିବାରୁ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି । ତେବେ ଏଠାରୁ ଏତେ ସଂଖ୍ୟକ ମଣିଷ କଙ୍କାଳ ବାହାରିବା ପଛରେ କଣ ରହିଛି ରହସ୍ୟ ତାର ତଦନ୍ତ ପାଇଁ ଦାବି କରିଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.