ଭାରତର କୋଭିଡ୍‌ ଲଢ଼େଇରେ ସାମିଲ ହେବ ରୁଷିଆ ଟିକା, ହାଇଦ୍ରାବାଦରେ ପହଞ୍ଚିଲା ୧ଲକ୍ଷ ୫୦ ହଜାର ସ୍ପୁଟନିକ୍‌ ଭି ଡୋଜ୍‌

କେନ୍ୟୁଜ୍(ବ୍ୟୁରୋ):  ପହଞ୍ଚିଲା ସ୍ପୁଟନିକ୍‌-ଭି । ଭାରତର କୋଭିଡ୍‌ ଲଢ଼େଇରେ ସାମିଲ ହେବ ଏହି ରୁଷିଆ ଟିକା । ଆଜିଠୁ ଦେଶର ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୫୦ ହଜାର ଡୋଜ୍‌ ପହଞ୍ଚିଛି । ମସ୍କୋରୁ ସ୍ୱତନ୍ତ୍ର ବିମାନରେ ଆସି ହାଇଦ୍ରାବାଦରେ ପହଞ୍ଚିଛି । କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ପରେ ତୃତୀୟ ଟିକା ଭାବେ ଟିକାକରଣରେ ସାମିଲ ହେବ ସ୍ପୁଟନିକ୍‌-ଭି । ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ହେଉଛି ସ୍ପୁଟନିକ୍‌ ଭି ।

ଭାରତରେ ଏହାର ଜରୁରୀ ବ୍ୟବହାର ପାଇଁ କିଛି ଦିନ ତଳେ ଅନୁମୋଦନ କରିଥିଲା ଡିସିଜିଆଇ । ଭାରତରେ ଅବସ୍ଥାପିତ ରୁଷ୍‌ ରାଷ୍ଟ୍ରଦୂତ କହିଛନ୍ତି, ସ୍ପୁଟନିକ୍‌-ଭି ବିଶ୍ୱର ସବୁଠୁ ବେଶୀ ପ୍ରଭାବୀ ଟିକା । କୋଭିଡ୍‌ ନୂଆ ଷ୍ଟ୍ରେନ୍‌କୁ ଅଟକାଇପାରିବ ସ୍ପୁଟନିକ ଭି । ଖୁବ୍‌ ଶୀଘ୍ର ଭାରତାରେ ଏହାର ଉତ୍ପାଦନ ଆରମ୍ଭ ହେବ । ବାର୍ଷିକ ୮୫ କୋଟି ଡୋଜ୍‌ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ରୁଷ୍‌ ରାଷ୍ଟ୍ରଦୂତ କହିଛନ୍ତି। ସାଢ଼େ ୧୨ କୋଟି ଡୋଜ୍‌ ଯୋଗାଇବାକୁ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡି କମ୍ପାନୀକୁ ପୂର୍ବରୁ ଅନୁମତି ଦେଇଛନ୍ତି ଭାରତ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.