ଭଦ୍ରକ: ପୁଣି ନାଗ ସାପ ଆତଙ୍କ, ଉଦ୍ଧାର ହେଲା ୪୫ଟି ନାଗ ଛୁଆ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ପୁଣି ନାଗ ସାପ ଆତଙ୍କ। ଘରୁ ଉଦ୍ଧାର ହେଲା ମେଞ୍ଚା ମେଞ୍ଚା ନାଗ ସାପ ଛୁଆ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତିସାହିର ସୁରେଶ ରାଉତଙ୍କ ଶୋଇବା ଘରେ ନାଗ ସାପ ଛୁଆ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ ସୁରେଶ । ତାଙ୍କ ଘରୁ ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଉଦ୍ଧାର କରିଥିଲେ ୪୫ଟି ନାଗ ଛୁଆ। ଏହାସହ ନାଗୁଣୀକୁ ବି ଧରାଯାଇଛି। ନାଗୁଣୀ ଓ ନାଗ ଛୁଆଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଥିବା ବେଳେ ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.