ପରିବା ଟ୍ରେରେ ନାଗ ସାପ! ଝାରପଡା ହାଟରୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

ଭୁବନେଶ୍ବର: ଝାରପଡା ପରିବା ହାଟରେ ଜଣେ ବିକାଳି ପରିବା ଗୁଡିକୁ ରଖିବା ପାଇଁ ଟ୍ରେ ଗୁଡିକୁ ସଜାଡ଼ିବା ବେଳେ ହଠାତ୍ ସାପର ଗର୍ଜନ ଶୁଣି ଚମକି ପଡିଲେ । ଭଲକରି ଦେଖିବାବେଳକୁ ତଳ ଟ୍ରେ ରେ ଏକ ବଡ଼ ନାଗ ସାପ ଫସି ରହିଥିବାର ଦେଖିବାକୁ ପାଇଥିଲେ । ପରିବା ଦୋକାନୀ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୁତାର ଘଟଣା ସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ ଟ୍ରେ ର ପ୍ଲାଷ୍ଟିକ କୁ କାଟି ନାଗ ସାପଟିକୁ ଉଦ୍ଧାର କରିଥିଲେ । ସାପ ଟିକୁ ସହର ବାହାରେ ତାର ପ୍ରକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସାପଟି ସମ୍ଭବତଃ ବେଙ୍ଗକୁ ଖାଇବା ପାଇଁ ଯାଇ ପ୍ଲାଷ୍ଟିକ ପରିବା ଟ୍ରେ ରେ ମୁଣ୍ଡ ଗଳେଇ ଦେଇ ଫସିଯାଇଥିଲା ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.