ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ଝାଡ଼ୁ ଧରି ସଫା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର (କେନ୍ୟୁଜ୍) : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱଚ୍ଛଭାରତ ଅଭିଯାନ । ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ୱଚ୍ଛ ଭାରତ ଅଭିଯାନରେ ସ୍ଥାନୀୟ ବସଷ୍ଟାଣ୍ଡକୁ ଝାଡ଼ୁ ଧରି ସଫା କରିଛନ୍ତି । ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ଏଠାରେ ଶହଶହ କାଉଡ଼ିଆଙ୍କ ଭିଡ଼ ହେବାର ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଶହଶହ ପୁରୁଷ ଓ ମହିଳାଙ୍କୁ ନେଇ ସଫେଇ କରିଛନ୍ତି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏଥିରେ ବାଲେଶ୍ୱରର ଅନେକ ପଞ୍ଚାୟତର ବହୁ ପଦାଧିକାରୀ ଯୋଗ ଦେଇଥିଲେ। ଆଜି ବାଲେଶ୍ୱରରେ ବିଭିନ୍ନ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେବେ ପ୍ରତାପ ଷଡ଼ଙ୍ଗୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.