ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଛି ପଥୋତ୍ସବ

ପୁରୀ(କେନ୍ୟୁଜ୍): ପୁରୀରେ ପଥୋତ୍ସବ। ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ। ଏହି ଉତ୍ସବରେ ସାମିଲ ହୋଇଛନ୍ତି ପୁରୀର ବିଭିନ୍ନ ସଂଗଠନ, ସ୍ୱେଚ୍ଛାସେବ, କଳାକାର ଓ ପ୍ରଶାସନିକ ଅଧିକାରୀ। ଭଜନ, ସଂକୀର୍ତ୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସିଛି ବଡ଼ଦାଣ୍ଡ। ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗତ କରିବାକୁ ପୁରୀ ପ୍ରଶାସନ ଏଭଳି ପ୍ରୟାସ ଆରମ୍ଭ କରିଛି। ପ୍ରତ୍ୟେକ ରବିବାର ପୁରୀରେ ହେବ ବଡ଼ଦାଣ୍ଡ ମହୋତ୍ସବ। ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ଲକ୍ଷ୍ୟରେ ଏହି ପ୍ରୟାସ ଆରମ୍ଭ ହୋଇଛି। ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇ ଭରପୁର ମଜା ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.