ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଆଜି ଶୁଣାଣି ହୋଇଛି । ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ତାପୂର୍ବରୁ ସତ୍ୟପାଠ ଜରିଆରେ ଯୁକ୍ତି ରଖିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କ୍ରାଇମବ୍ରାଞ୍ଚ ଓକିଲଙ୍କୁ ମଧ୍ୟ ଏହାର କପି ଯୋଗାଇ ଦେବାକୁ କୁହାଯାଇଛି । ଲିଖିତ ଯୁକ୍ତି ଉପସ୍ଥାପିତ ପରେ ପରବର୍ତ୍ତୀ ଶୁଣାଣି ହେବ । ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି ପତ୍ନୀ ବିଦ୍ୟାଶ୍ରୀ ଓ ଅଦିତ୍ୟଙ୍କ ବାପା ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.