ଧୋନିଙ୍କ ଝିଅ ଜିଭା କରିଛନ୍ତି ସବୁଜ ପନିପରିବା ଦୋକାନ, ସାକ୍ଷୀ ପଚାରିଲେ ପ୍ରିୟ ପରିବା ନାଁ; ଦେଖନ୍ତୁ କ୍ୟୁଟ୍‌ ଭିଡିଓ

ଟିମ୍‌ ଇଣ୍ଡିଆର ପୂର୍ବ କ୍ୟାପ୍‌ଟେନ୍‌ ଏମ୍‌ଏସ୍‌ ଧୋନି ଓ ତାଙ୍କ ପୂରା ପରିବାର ପ୍ରାୟତଃ ଫ୍ୟାନ୍‌ଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତ। ଧୋନି, ସାକ୍ଷୀ ଓ ଜିଭାଙ୍କର ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ତେବେ ନିକଟରେ ଜିଭାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସୁନ୍ଦର ଭିଡିଓ ସେୟାର କରାଯାଇଛି। ଏହି ଭିଡିଓକୁ ଖୁବ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ଜିଭା ବିଭିନ୍ନ ପ୍ରକାରର ପନିପରିବା ଧରି ବସିଛନ୍ତି। ଭିଡିଓରେ ସାକ୍ଷୀ ଜିଭାଙ୍କ ସହ କଥା ହେଉଛନ୍ତି। ଜିଭାଙ୍କୁ ସାକ୍ଷୀ ପଚାରୁଛନ୍ତି, ତୁମେ ଏସବୁ କୋଉଠୁ ଆଣିଲ। ଜିବା କହିଛନ୍ତି ବଜାରରୁ। ତା’ପରେ ସାକ୍ଷୀ ପଚାରୁଛନ୍ତି, ତୁମେ କହିପାରିବ ଏସବୁ ପରିବା କ’ଣ। ଏହା ପରେ ଜିଭା ସବୁ ପରିବାର ନାଁ କହୁଛନ୍ତି। ଭିଡିଓରେ ଜିଭା ଗାଜରକୁ ନିଜର ସବୁଠୁ ପ୍ରିୟ ପରିବା ବୋଲି କହୁଛନ୍ତି।

 

View this post on Instagram

 

A post shared by ZIVA SINGH DHONI (@ziva_singh_dhoni)

ସୂଚନାଯୋଗ୍ୟ ଯେ ଜିଭାଙ୍କ ଇନ୍‌ଷ୍ଟାଗ୍ରାମ୍‌ ବେଶ୍‌ ଆକ୍ଟିଭ୍‌ ରହିଥାଏ। ୧.୮ ମିଲିୟନ୍‌ ଲୋକେ ତାଙ୍କୁ ଫଲୋ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.