ଓଡିଶାକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତା ଦାବିରେ ସମାଜସେବୀ ସତ୍ଯବ୍ରତଙ୍କ ପଦଯାତ୍ରା: ୩୧୪ଟି ବ୍ଳକ୍ ଯିବାକୁ ଲକ୍ଷ୍ଯ

ମୋହନା : ଓଡିଶାକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯାର ମାନ୍ଯତା ଦାବିରେ ଗତ ୨୦୧୯ ଜୁଲାଇ ମାସରୁ ଯାଜପୁର ବଡଚଣା ବ୍ଳକରୁ ପଦଯାତ୍ରା ଆରମ୍ଭ କରିଥିବା, ସମାଜସେବୀ ସତ୍ଯବ୍ରତ ଦାସ ଗଜପତି ଜିଲ୍ଲାରେ ପହଁଚିଛନ୍ତି । କନ୍ଧମାଳରୁ ମୋହନାରେ ପହଁଚିବା ପରେ ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରେ ମୋହନା ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ସତ୍ଯବ୍ରତ । ମୋହନା ପରେ ଜିଲ୍ଲାର ଅନ୍ଯ ବ୍ଳକ୍ ଗୁଡିକ ଗସ୍ତ କରିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.