ସୋହେଲା ଗୁଳିମାଡ଼ ନେଇ ବିଜେପି ନେତାଙ୍କୁ ପଚରାଉଚରା

ବରଗଡ଼ : ସୋହେଲାରେ ଗୁଳିମାଡ ନେଇ ବିଜେପି ନେତା ଇରାଶିଷ ଆଚାର୍ୟ୍ୟଙ୍କୁ ପଚରାଉଚରା କରୁଛି ପୋଲିସ। ଗୁଳିମାଡ ପଛରେ ରାଜନୈତିକ କାରଣ ନାହିଁ ବୋଲି ବରଗଡ ଏସ୍ପି ମୁକେଶ ଭାମୋ ସୂଚନା ଦେଇଛନ୍ତି । ସେପଟେ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତି ଖବରକୁ ଇରାଶିଷ ଖଣ୍ଡନ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ନାରାୟଣ ଦାସଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଗୁଳିକାଣ୍ଡ ପରେ ଦୁର୍ବୃତ୍ତ ଫେରାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.