ଆମେ ଅଛୁ ତୁମ ପାଇଁ, ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବୁଲା ଗାଈ ଓ କୁକୁରଙ୍କୁ ଖାଇବା ଯୋଗାଉଛନ୍ତି ଚାନ୍ଦପୁରର ସ୍ବେଚ୍ଛାସେବୀ ଯୁବକ

ଟାଙ୍ଗୀ(କେନ୍ୟୁଜ୍): ସ୍ବେଚ୍ଛାସେବୀ ଯୁବକଙ୍କ ମହାନୀୟତା। ଲକଡାଉନରେ ବୁଲା ଗାଇ ଓ କୁକୁରଙ୍କୁ ଖାଦ୍ୟ ପ୍ରଦାନ କଲେ ନୟାଗଡ଼ ଚାନ୍ଦପୁରରୁ କିଛି ସ୍ବେଚ୍ଛାସେବୀ ଯୁବକ। ଲକଡାଉନରେ ରାଜ୍ୟର ବୁଲା ଗାଈ ଓ କୁକୁର କିପରି ଖାଦ୍ୟ ଖାଇବେ ସେଥିପାଇଁ ରାଜ୍ୟ ସରକାର ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ କିଛି ଗାଁ ଗହଳିରେ ବୁଲା କୁକୁର ଓ ଗାଈ ଖାଇବାକୁ ପାଉନାହାନ୍ତି ।

ଏମାନଙ୍କୁ ଖାଇବାକୁ ଦେବାପାଇଁ ଆଗେଇ ଆସିଛନ୍ତି କିଛି ସ୍ବେଚ୍ଛାସେବୀ ଯୁବକ। ଏହି କ୍ରମରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ କିଛି ଯୁବକ ବୁଲା ଗାଈ ଓ କୁକୁରଙ୍କୁ ନିଜ ଉଦ୍ୟମରେ ଖାଇବାକୁ ଦେଉଛନ୍ତି। ଯୁବକ ମାନଙ୍କର ଏଭଳି ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶାଂସ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.