Below header

କେନ୍ଦୁଝର ସିଂହପୁର ଗାଁରେ ଲୋମହର୍ଷଣକାରୀ ଘଟଣା, ବାପାକୁ ହାଣି ହତ୍ୟା କଲା ସଇତାନ ପୁଅ

କେନ୍ଦୁଝର(କେନ୍ୟୁଜ୍): ବାପାକୁ ହାଣି ହତ୍ୟା କଲା ସଇତାନ ପୁଅ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସିଂହପୁର ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ପାରିବାରିକ କଳହ କାରଣରୁ ବାପାକୁ କୋଦାଳରେ ହାଣି ହତ୍ୟା କଲା ପୁଅ। ମୃତକ ଗୋପାଳ ସାହୁଙ୍କ ସହ ପୁଅ ମଦନ ସାହୁ ଅନେକ ସମୟରେ କଳହ ଲାଗୁଥିଲା। ତେବେ ଗତକାଲି ମଦ ନିଶାରେ ମଦନ ହିତାହିତ ଜ୍ଞାନ ହରାଇ ବାପାକୁ ହତ୍ୟା କରିବା ପରେ ଘର ନିକଟ ଏକ ବୁଦା ମୂଳେ ମୃତଦେହ ପକାଇ ଦେଇଥିଲା। ଗାଁ ଲୋକେ ଏହା ଜାଣିବା ପରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.