ହାତରେ ନୁହେଁ ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା, ଚର୍ଚ୍ଚାରେ ରାଧେଶ୍ୟାମ

ଗୋଟିଏ ଛୋଟିଆ ବାଡି ଆଉ ବାଡିର ଦୁଇମୁଣ୍ଡରେ ବନ୍ଧା ହୋଇଛି ଦୁଇଗୋଟି ପେନ । ବାଡିକୁ ଗୋଡରେ ବାନ୍ଧିଦେଇ ଅନାୟଷରେ ଚିତ୍ର ଆଙ୍କୁଛନ୍ତି ଯୁବ ଚିତ୍ରଶିଳ୍ପୀ ଜଣକ । ସାଧାରଣ ଚିତ୍ରଶିଳ୍ପୀଟିଏ ହାତରେ କଲର ପେନସିଲ ଧରି ଯେଉଁଭଳି ଚିତ୍ର ଅଙ୍କନ କରେ ଠିକ ସେହିଭଳି ବେଶ୍‌ ଆରାମରେ ଚିତ୍ର ଆଙ୍କୁଛନ୍ତି ଏଇ ଯୁବକ ଜଣକ ।

ସୁବର୍ଣ୍ଣପୁର: ସୁନ୍ଦର ଚିତ୍ର ଦେଖିଲେ ଆଖି ଲାଖି ଯାଉଛି । ସେ ଦୃଶ୍ୟ ଦେଖିବା ପାଇଁ ଆପଣଙ୍କ ପାଦ ବି ସେହିଠାରେ ଅଟକିଯିବ । ଆପଣ ମଧ୍ୟ ଥରୁଟିଏ ଚାହିଁବାକୁ ବାଧ୍ୟ ହେବେ । ତେବେ ଆପଣ ଅନେକ ପ୍ରତିଭାବାନ ଚିତ୍ରକର ଦେଖିଥିବେ ଯେଉଁମାନେ ହାତରେ ଅତି ସୁନ୍ଦର ଭାବରେ ଚିତ୍ର ଆଙ୍କିପାରନ୍ତି । ହେଲେ ହାତ ନୁହେଁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି । ସେଇଟା ବି ଗୋଟିଏ ନୁହେଁ ଏକା ସାଙ୍ଗରେ ଦୁଇ ଦୁଇଟି ଅଲଗା ଅଲଗା ଚିତ୍ର । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ । ହେଲେ ଏଭଳି ଅସମ୍ଭବକୁ ସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଜଣେ ଯୁବକ । ଯାହାକୁ ଦେଖିବେ ତାର ଛବିକୁ ଅବିକଳ ଆଙ୍କିଦେବେ । ସମାଜରେ ଅନେକ ଚିତ୍ରଶିଳ୍ପୀଙ୍କ ନଜିର ରହିଛି କିନ୍ତୁ ଏଭଳି ଜଣେ ନିଆରା ଚିତ୍ରଶିଳ୍ପୀ ଯାହାଙ୍କ ହାତ ନୁହେଁ ପାଦର ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା ।

ଗୋଟିଏ ଛୋଟିଆ ବାଡି ଆଉ ବାଡିର ଦୁଇମୁଣ୍ଡରେ ବନ୍ଧା ହୋଇଛି ଦୁଇଗୋଟି ପେନ । ବାଡିକୁ ଗୋଡରେ ବାନ୍ଧିଦେଇ ଅନାୟଷରେ ଚିତ୍ର ଆଙ୍କୁଛନ୍ତି ଯୁବ ଚିତ୍ରଶିଳ୍ପୀ ଜଣକ । ସାଧାରଣ ଚିତ୍ରଶିଳ୍ପୀଟିଏ ହାତରେ କଲର ପେନସିଲ ଧରି ଯେଉଁଭଳି ଚିତ୍ର ଅଙ୍କନ କରେ ଠିକ ସେହିଭଳି ବେଶ୍‌ ଆରାମରେ ଚିତ୍ର ଆଙ୍କୁଛନ୍ତି ଏଇ ଯୁବକ ଜଣକ । ଆଉ ସବୁଠୁ ବଡ଼ କଥା ହେଉଛି ଗୋଟିଏ ନୁହେଁ ଏକା ସାଙ୍ଗରେ ଚିତ୍ରିତ ହେଉଛି ଦୁଇ ଦୁଇଟି ଚିତ୍ର । ସେଇଟା ବି ଦୁଇଟି ଚିତ୍ର ଅଲଗା ଅଲଗା ଏଇ କଳାକୃତିକୁ ଯିଏବି ଦେଖିବ ସେ ତାଜୁବ ହୋଇଯିବ । ଏହି ପ୍ରତିଭାବାନ ଚିତ୍ରକର ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗାଁର ରାଧେଶ୍ୟାମ ରଣା । ବିଭିନ୍ନ ଦେବା ଦେବୀ,ସିନେ ଅଭୀନେତା ତଥା ମହାମହିମ ରାଷ୍ଟ୍ରପତି ଦେ୍ରାପଦୀ ମୁର୍ମୁଙ୍କ ଭଳି ଅନେକ ଚିତ୍ର ରାଧେଶ୍ୟାମ ପାଦରେ ଆଙ୍କୁଛନ୍ତି ।

ରାଧେଶ୍ୟାମ ଜଣେ ଗରିବ ପରିବାରର ପିଲା । ସେ ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଦେଇଛନ୍ତି । ଛୋଟବେଳୁ ତାଙ୍କର ପ୍ରତିଭାକୁ ଦେଖି ପରିବାର ଲୋକ ସହଯୋଗ କରିଥିଲେ । ଧିରେ ଧିରେ ସେ ହାତ ଓ ପରେ ପାଦରେ ଚିତ୍ର ଆଙ୍କିବା ଆରମ୍ଭ କରି ସଫଳ ବି ହେଲେ । ହେଲେ ଆଗକୁ ବଢିବାକୁ ହେଲେ ତାଙ୍କୁ ଏକ ଆର୍ଟ କଲେଜରେ ପାଠ ପଢିବାକୁ ହେବ । ଏହି ଆବଶ୍ୟକତାକୁ ଭଲଭାବେ ପରିବାର ଲୋକ ଉପଲବ୍ଧି କରିସାରିଛନ୍ତି । କିନ୍ତୁ ପାଖରେ ଅର୍ଥ ନଥିବାରୁ ଆର୍ଟ କଲେଜର ରାଧେଶ୍ୟାମର ନାମ ଲେଖାଇ ପାରୁନାହାଁନ୍ତି । ଏଣୁ ସରକାରଙ୍କ ପକ୍ଷରୁ ସହଯୋଗ ମିଳିଲେ ରାଧେଶ୍ୟାମକୁ ଆର୍ଟ କଲେଜରେ ନାମ ଲେଖାଇ ତାର ଭବିଷ୍ୟତ ଗଢି ପାରନ୍ତେ ବୋଲି ପରିବାର ଓ ଗ୍ରାମବାସୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.