ପାକିସ୍ତାନରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ମାତ୍ରେ ପେଶାଓ୍ଵାରରେ ବଡ଼ ବିସ୍ଫୋରଣ, ୨ ଜଣଙ୍କ ମୃତ୍ୟୁ

ପାକିସ୍ତାନରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ମାତ୍ରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି । ପାକିସ୍ତାନର ଖୈବର ପଖତୁନଖଓ୍ଵା ପ୍ରଦେଶର ରାଜଧାନୀ ପେସାଓ୍ଵାରରେ ରବିବାର ସକାଳେ ଏହି ବିସ୍ଫୋରଣ ହୋଇଛି ।

ପାକିସ୍ତାନରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ମାତ୍ରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି । ପାକିସ୍ତାନର ଖୈବର ପଖତୁନଖଓ୍ଵା ପ୍ରଦେଶର ରାଜଧାନୀ ପେସାଓ୍ଵାରରେ ରବିବାର ସକାଳେ ଏହି ବିସ୍ଫୋରଣ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ବିସ୍ଫୋରଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ଏହି ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ଶନିବାର ଯେତେବେଳେ ନୱାଜ ସରିଫଙ୍କ ଦଳ ପିଏମଏମଏଲ-ଏନ ଏବଂ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଦଳ ପିପିପିର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଆସିଫ ଅଲି ଜର୍ଦ୍ଦାରୀ ନିର୍ବାଚନରେ ଜିତିଛନ୍ତି, ସେଠି ଏଭଳି ସମୟରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି ।

ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ଶପଥ ଗ୍ରହଣ ପୂର୍ବରୁ ଆତଙ୍କୀମାନେ ଖୈବର ପଖତୁନଖଓ୍ଵାରେ ଏହି ଘାତକ ବିସ୍ଫୋରଣ କରିଛନ୍ତି । ଖୈବର ପଖତୁନଖଓ୍ଵା ପାକିସ୍ତାନର ସବୁଠାରୁ ଅଶାନ୍ତ ଅଞ୍ଚଳ ବୋଲି କୁହାଯାଏ ।

ରିପୋର୍ଟ ମୁତାବକ, ଏହି ବୋମା ଏକ ମୋଟରସାଇକେଲରେ ଲଗାଯାଇଥିଲା । ମୃତକଙ୍କ ଶବ ଏବଂ ଆହତ ବ୍ୟକ୍ତିଙ୍କୁ ଖୈବର ଟିଚିଂ ହସ୍ପିଟାଲ ନିଆଯାଇଛି । ଅଞ୍ଚଳରେ ପାର୍କିଂ ହୋଇଥିବା ଏହି ମୋଟରସାଇକେଲରେ ବିସ୍ଫୋରକ ଲଗାଯାଇଥିଲା । ଘଟଣା ପରେ ଉକ୍ତ ସ୍ଥାନକୁ କର୍ଡନ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଏଥିପାଇଁ ଏ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.