ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆସିଲା SOP: ଆଡ଼କାଠ ହେବପାଖରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ

ଭୁବନେଶ୍ବର(କେନ୍ଯୁଜ୍): ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆସିଲା SOP। ଆସନ୍ତା ସେପ୍ଟେମ୍ବର ୧ରୁ ଖୋଲିବ  ଲିଙ୍ଗରାଜ ମନ୍ଦିର। ଆଡ଼କାଠ ପାଖରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ ସାନିଟାଇଜ୍‌ ଓ ମାସ୍କକୁ ଗୁରୁତ୍ୱ ଦିଆଯିବ । ଯେଉଁମାନେ ଡବଲ ଡୋଜ୍‌ ଟିକା ନେଇଥିବେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ।

ମନ୍ଦିର ଭିତରେ ଗହଳି କରିବା ଓ ପାନ ଖାଇବା ଉପରେ ବାରଣ କରାଯାଇଛି। ଏକାସାଙ୍ଗରେ ୧୦୦ ଜଣରୁ ଅଧିକ ଲୋକଙ୍କ ପ୍ରବେଶ କରିପାରିନେି। ମନ୍ଦିର ଭିତରକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ଜନସାଧାରଣଙ୍କ ଉପରେ ନଜର ରଖିବ ପୋଲିସ ଓ ମନ୍ଦିର ପ୍ରଶାସନ। ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ପରିସରକୁ ସାନିଟାଇଜ୍‌ କରାଯିବ। BMCର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.